ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ସେବିକା ଦିବସ ପାଳିତ

ଗୁରୁଡିଝାଟିଆ :  ସେବା ହିଁ ସେବିକାର ଭୂଷଣ। ରୋଗୀଙ୍କୁ ନିସ୍ୱାର୍ଥପର ଭାବରେ ସେବା ଓ ଚିକିତ୍ସା ଯୋଗାଇଦେଇ ସେମାନଙ୍କ ମୁହଁରେ ହସ ଫୁଟାଇ ସେବିକା ନିଜର କର୍ତ୍ତବ୍ୟକୁ ଠିକଣା ଭାବରେ ସମାପନ କରିଥାଏ । ଯେଭଳି ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ସେବା ଓ ତ୍ୟାଗପୂତ ଜୀବନ ଆଦର୍ଶରେ ନିଜକୁ ଗଢିତୋଳି କାର୍ଯ୍ୟକଲେ ସେବିକା ଜୀବନ ମହକି ଉଠିବ ବୋଲି ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ସେବିକା ଦିବସ ପାଳନ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଧିନ ଏଲିୟସ, କାର୍ଯ୍ୟକାରୀ ଅଧ୍ୟକ୍ଷ ଏଡ୍ୟୁଇନ୍ ଆନନ୍ଦ ଓ ଉପାଧ୍ୟକ୍ଷ ବାବେ ଏସ.ପି ଉପସ୍ଥିତ ସେବିକା ବିଦ୍ୟାର୍ଥୀ ମାନଙ୍କୁ ଆହ୍ବାନ ଦେଇଛନ୍ତି। ମଧୁସ୍ମୀତା ରାଉତ, ଗୀତାଞ୍ଜଳି ନନ୍ଦ, ସୌଦାମିନିସାହୁ, ଜ୍ୟୋତିର୍ମୟୀ ପାତ୍ର, ଜୟଶ୍ରୀ ବେହେରା, ରଞ୍ଜିତା ଦାସ, ଶୁଭଶ୍ରୀ ଶତପଥି, ସୁଶ୍ରୀ ସୁନିତା, ସ୍ମୃତି ସ୍ୱାଗତିକା, ସ୍ନେହାସିକ୍ତା ସ୍ୱାଇଁ, ବିକ୍ରମ କେଶରୀ ରାଉତ, ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ନିସ୍ୱାର୍ଥପର ସେବା ଓ ତ୍ୟାଗ ଭାବନାରେ ବ୍ରତୀ ହୋଇ ରୋଗୀଙ୍କ ଓଠରେ ଚେନ୍ନାଏ ହସ ଫୁଟାଇବା ପାଇଁ ପ୍ରୟାସ କଲେ ସେବିକା ଜୀବନ ପୁଲକିତ ହୋଇଉଠିବ ବୋଲି କହିଥିଲେ।

Comments are closed.