www.samajalive.in
Sunday, December 14, 2025
17.1 C
Bhubaneswar

କଳାଦିବସ ପାଳନ କଲେ ଧାରଣାରତ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ  : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ଚଳାଇଥିବା ଧାରଣା ଏଥିମଧ୍ୟରେ ୨୦ ଦିନରେ ପହଞ୍ଚିଛି। ବ୍ରିଜଭୂଷଣଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟା ଧିମା ହେଉଥିବାରୁ କୁସ୍ତିଯୋଦ୍ଧାମାନେ ଅସନ୍ତୋଷ ଜାହିର କରିବା ସହିତ ଗୁରୁବାର କଳାଦିବସ ପାଳନ କରିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ବିନେଶ ଫୋଗତ, ଜିତେନ୍ଦ୍ର ଖାନ୍ନାଙ୍କ ସହ ଅନ୍ୟ କୁସ୍ତିଯୋଦ୍ଧାମାନେ ମୁଣ୍ଡ, ହାତରେ କଳାପଟି ପିନ୍ଧି ଧାରଣା ଦେଇଥିଲେ।
ଯୌନ ଶୋଷଣ ଅଭିଯୋଗରେ ବ୍ରିଜଭୂଷଣଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଏପଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଦୁଃଖଦାୟକ। ଏହାକୁ ବିରୋଧ କରି କଳାଦିବସ ପାଳନ କରାଯାଉଛି ବୋଲି ବଜରଙ୍ଗ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶ କ୍ରମେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ (ଏସିଏମ୍‌ଏମ୍‌) ହରଜିତ ସିଂହଙ୍କ ପାଖରେ ଅଭିଯୋଗ କରାଯାଇଛି। ତୁରନ୍ତ ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ପକ୍ଷରୁ ସମସ୍ତ ୭ ଅଭିଯୋଗକାରୀଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଶେଷ ହୋଇଛି। ଅଭିଯୋଗକାରୀ ୭ ମହିଳା କୁସ୍ତିଯୋଦ୍ଧାଙ୍କ ବୟାନକୁ ଦିଲ୍ଲୀ ପୁଲିସ ରେକର୍ଡ କରିଛି। ସେଥିମଧ୍ୟରେ ରହିଥିବା ନାବାଳିକାଙ୍କ ବୟାନ ସିଆରପିସିର ଧାରା ୧୬୪ ଅନୁଯାୟୀ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ବୁଧବାର ଦିଲ୍ଲୀ ପୁଲିସକୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲା ଦାୟର କରାଯାଇଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ସ୍ଥିତିପତ୍ର ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ମେ ୧୨ରେ ଦିଲ୍ଲୀ ପୁଲିସ ସ୍ଥିତିପତ୍ର ଦାଖଲ କରିବା ପ​‌େ​‌ର ମାମଲାର ଶୁଣାଣି ହେବ।
ସୂଚନାଯୋଗ୍ୟ, ଯୌନ ଶୋଷଣ ଅଭିଯୋଗରେ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ନେଇ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ବିନେଶ ଫୋଗତଙ୍କ ନେତୃତ୍ବରେ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ଗତ ୨୩ରୁ ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଓ ବ୍ରିଜଭୂଷଣ ଶରଣ ସିଂହ ଗିରଫ ନହୋଇଛନ୍ତି ସେପଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି କୁସ୍ତିଯୋଦ୍ଧାମାନେ ଅଡି ବସିଛନ୍ତି। ଦିଲ୍ଲୀ ପୁଲିସ ଏପ୍ରିଲ ୨୮ରେ ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଦୁଇଟି ମାମଲା ମଧ୍ୟ ରୁଜୁ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories