ଶୁକ୍ରବାର ରାଶିଫଳ (୧୨.୦୫.୨୦୨୩)

ମେଷ : ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ସୁଖ ମିଳିବ। ସୁଷମ ଖାଦ୍ୟରେ ତୃପ୍ତି ଲାଭ କରିବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ମିଳିବ।

ବୃଷ : ପରୋପକାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର ପୂର୍ବକ ଲୋକପୂଜ୍ୟ ହେବେ। ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ।

ମିଥୁନ : ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦ୍ରବ୍ୟ ହାନିର ଆଶଙ୍କା ଅଛି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ।

କର୍କଟ : ସୁଖ ସମ୍ଭୋଗ ପାଇଁ ସମୟ ଅନୁକୂଳ ରହିଛି। ଉଚ୍ଚ ଆଶା ଫଳବତି ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ବହୁ ସୁଖକର ଘଟଣାମାନ ଘଟିବ। କାର୍ଯ୍ୟରେ ସଫଳ ହେବେ।

ସିଂହ : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଅସହାୟମାନଙ୍କର ସୁଖୀ ଭୂମିକା ଗ୍ରହଣ କରି ସରକାରୀ ସ୍ତରରେ ସେମାନଙ୍କର ଦାବି ଉପସ୍ଥାପନ କରିପାରନ୍ତି।

କନ୍ୟା : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚେଷ୍ଟା ଫଳବତି ହେବ। ପ୍ରବଚନର ପ୍ରସ୍ତୁତିସ୍ବରୂପ ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ହେବ।

prayash

ତୁଳା : ବହୁ ଶୁଭଫଳ ଆଶା କରାଯାଏ। ସମ୍ମାନସ୍ପଦ ବ୍ୟକ୍ତିଭାବେ କାର୍ଯ୍ୟକରି ଯାହା ମିଳେ ସେଥିରେ ସନ୍ତୁଷ୍ଟ ହେବେ। ନ୍ୟାୟ ପ୍ରିୟ ହେବେ। ନିଷ୍କପଟ ବ୍ୟକ୍ତିଭାବେ ସମସ୍ତଙ୍କର ପ୍ରିୟପାତ୍ର ହେବେ। ଦୃଢ଼ୋକ୍ତିସମ୍ପନ୍ନ ହେବେ।

ବିଛା : ବେଳେବେଳେ କ୍ରୋଧ ପ୍ରକାଶ କରୁଥିବାବେଳେ ଦୟାଳୁ ସ୍ବଭାବର ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ରହିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦେବ ଦର୍ଶନ କରିବେ।

ଧନୁ : ଦିନଟି ସତ୍ୟ ଉପରେ ଆଧାରିତ ହେବ। କଳି, ଝଗଡ଼ାଠାରୁ ଦୂରେଇ ରହିବେ। ସ୍ବାର୍ଥ ପରାୟଣ, ଚରିତ୍ରହୀନ ଓ ବେଇମାନଙ୍କ ଲୋକଙ୍କୁ ଘୃଣା କରିବେ। ମହତାକାଂକ୍ଷୀ ହେବେ। ଧନ ସଞ୍ଚୟ କରିପାରନ୍ତି।

ମକର : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଊଣା ହେବ ନାହିଁ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ଆହାର ସୁଧାର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

କୁମ୍ଭ : ଉଚ୍ଚାସନ ପାଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି। ନିଜ ଉଦ୍ୟମରେ ନିଜର ଉନ୍ନତି ସାଧିତ ହେବ। ଋଣ କରିବା ପାଇଁ ଭୟ କରିବେ। ଛଳ, କପଟ ଓ ​‌େ​‌ଦ୍ବଷ ଭାବରୁ ଦୂରେଇ ରହିବେ। ମହତାକାଂକ୍ଷୀ ହେବେ।

ମୀନ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିୟୋଜିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହେବ।

Comments are closed.