www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇଦିନ ପରେ ମହାନଦୀରୁ ନିଶାଙ୍କ ମୃତଦେହ ଉଦ୍ଧାର

ବୁର୍ଲା : ବୁର୍ଲା ନିକଟସ୍ଥ ଅଠର ହଜାର ରାସ୍ତାର ସାଇଫୋନକୁ ବୁଲିବାକୁ ଯାଇ ଗତ ମଙ୍ଗଳବାର ଦିନ ପାଣିରେ ଭାସିଯାଇ ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ। ସମ୍ବଲପୁର ମହାନଦୀ ସଡ଼କ ଘାଟରୁ ଗୁରୁବାର ବୁର୍ଲା ଅଗ୍ନିଶମ ବିଭାଗ ନିଖୋଜ ଯୁବତୀ ନିଶା ଝା’ ଙ୍କ ଶବକୁ ଉଦ୍ଧାର କରିଛି । ତେବେ ଘଟଣା ଦିନ ସାଇରନ ବାଜିଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ବାରଣ ମଧ୍ୟ କରିଥିଲେ ମାତ୍ର ସେମାନେ ଏହା ସଠିକ ଭାବରେ ନ ଶୁଣିବା ଫଳରେ ଯୁବତୀ ନିଶା ପାଣିର ସୁଅରେ ଭାସିଯାଇଥିଲେ  ବୋଲି ବୁର୍ଲା ଏସଡ଼ିପିଓ ସତ୍ୟବ୍ରତ ଦାସ ସୁଚନା ଦେଇଛନ୍ତି । ତେବେ ଏହି ଯୁବତୀଙ୍କୁ ଉଦ୍ଧାର ଅଭିଯାନରେ ବୁର୍ଲା ଅଗ୍ନିଶମ ବିଭାଗ ସହିତ ଓଡ଼୍ରାଫ ଦଳ ସାମିଲ ହୋଇଥିଲେ। ଗତ ମଙ୍ଗଳବାର ରାତିର ଅନ୍ଧାରରେ ଖୋଜା ଅଭିଯାନରେ ଅନ୍ଧାର ବାଧାସୃଷ୍ଟି ହେବାରୁ ଅଗ୍ନିଶମ ବିଭାଗ ଖୋଜାକୋଜି କରିପାରି ନ ଥିଲେ । ଗୁରୁବାର ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ଦୁଇଟି ଦଳ ପୃଥକ ପୃଥକ ସ୍ଥାନରେ ମହାନଦୀର ବହୁଦୁର ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ମଧ୍ୟ ଯୁବତୀଙ୍କ କୌଣସି ଖୋଜଖବର ମିଳି ପାରି ନ ଥିଲେ। ନିଖୋଜ ଯୁବତୀ ନିଶା ଝା’ ଙ୍କ ପରିବାର ବର୍ଗ ବୁର୍ଲାରେ ପହଞ୍ଚି ପୁଲିସ ସହିତ ଦିର୍ଘ ସମୟ ଧରି ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ଘଟଣା ସ୍ଥଳକୁ ଯାଇଥିଲେ। ଅନ୍ୟପଟେ ନିଶାଙ୍କ ସାଙ୍ଗରେ ଥିବା ତାଙ୍କ ଜଣେ ଯୁବ ବନ୍ଧୁଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରିବା ସହ ଅଘଟଣ ସମୟରେ ସ୍ଥାନୀୟ ସୁରକ୍ଷା କର୍ମୀ ଏବଂ ମାଛଧରାଳିଙ୍କୁ ମଧ୍ୟ ପଚରା ଉଚରା କରାଯିବା ପରେ ଯୁବକଙ୍କୁ ଛାଡ଼ି ଦିଆଯାଇଛି।

ସୂଚନା ଥାଉକି ଝାରସୁଗୁଡା ଅଞ୍ଚଳର ନିଶା ଝା’ ନାମକ ଜଣେ ଯୁବତୀ ସମ୍ବଲପୁରକୁ ତାଙ୍କ ଭଉଣୀଙ୍କ ଘରକୁ ବୁଲିବାକୁ ଆସିଥିଲେ। ସଂନ୍ଧ୍ୟା ସମୟରେ ସମ୍ବଲପୁରର ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବୁର୍ଲା ଅଠର ହଜାର ରାସ୍ତାରେ ଥିବା ସାଇଫୋନ ନିଷିଦ୍ଧାଞ୍ଚଳକୁ ବୁଲିବାକୁ ଯାଇଥିଲେ। ସାଇଫୋନରେ ଉଭୟେ ଫଟୋ ଉଠାଉଥିବା ସମୟରେ ପାଣିସ୍ରୋତରେ ନିଶା ଭାସିଯାଇଥିଲେ ଏବଂ ଗୁରୁବାର ତାଙ୍କର ଶବକୁ ସମ୍ବଲପୁରରୁ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ପରିବାର ବର୍ଗଙ୍କ ମହଲରେ ଶୋକର ଲହରୀ ଖେଳି ଯାଇଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories