ତେନ୍ତୁଳିଆରେ ବାଦିପାଲା ମହୋତ୍ସବ ଉଦ୍‌‌ଯାପିତ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତ ଅଧିନ ତେନ୍ତୁଳିଆ ଗ୍ରାମରେ ଗତ ୫ଦିନ ଧରି ଚାଲିଥିବା ବାଦିପାଲା ମହୋତ୍ସବ ବୁଧବାର ରାତିରେ ଉଦ୍‌‌ଯାପିତ ହୋଇଯାଇଛି । ବାବା ଆଖଣ୍ଡଳମଣି ପାଲା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାଶ ଓ ଗାୟକତତ୍ତ୍ୱ ବାରିଧି ଜୟଚନ୍ଦ୍ର ବଡଦଳେଇ ପାଞ୍ଚଦିନ ଧରି ପାଲା ପରିବେଷଣ କରିଥିଲେ । ବାଦିପାଲା ମହୋତ୍ସବର ଉଦ୍‌‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଡଃ ରବିନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ପଣ୍ଡିତ ବସନ୍ତ କୁମାର ସ୍ୱାଇଁ ଓ ସାମ୍ବାଦିକ ପତିତପାବନ ରାଉତ ପ୍ରମୁଖ ଯୋଗଦେଇ ଓଡିଶାର ଏହି ପ୍ରାଚୀନ ଲୋକକଲାକୁ ଉଜ୍ଜୀବିତ ରଖିବା ପାଇଁ ଉଦ୍ୟମ ଜାରି ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପାଲା କଳାକାର ତଥା ସାମ୍ବାଦିକ ପତିତପାବନ ରାଉତଙ୍କ ସମେତ ରାଜନଗର, ପାଟଲିଙ୍ଗା, ଗଜାଆମ୍ବ ଓ ମଞ୍ଜାରିପଦା ଗ୍ରାମର ପାଲା ମଞ୍ଚ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ଅନୁଷ୍ଠାନର ସଭାପତି ଗୌରାଙ୍ଗ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଂପାଦକ ଆଇନଜୀବୀ ତରୁଣ କୁମାର ସ୍ୱାଇଁ, ସଂଯୋଜକ ପ୍ରତାପ ଲେଙ୍କାଙ୍କ ସହିତ ଗ୍ରାମବାସୀ ସହଯୋଗ କରିଥିଲେ। ଅଭିପ୍ସା ସ୍ୱାଇଁ ମାନପତ୍ର ପାଠ ସହିତ ମଞ୍ଚ ପରିଚାଳନା କରିଥିଲେ।

Comments are closed.