ଅଲମ୍ପିକ ସ୍ୱର୍ଣ୍ଣ ଜିତିଥିବା ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ
ନ୍ୟୁୟର୍କ- ଅଲମ୍ପିକ୍ରେ ତିନିଥର ପଦକ ଜିତିଥିବା ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କ ଫ୍ଲୋରିଡା୍ରେ ଥିବା ବାସ ଭବନରେ ମୃତ୍ୟୁ ହୋଇଛି । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ତେବେ ତାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଟୋରି ବାଓ୍ୱାଇ ଦୌଡ ପ୍ରତିଯୋଗିତାରେ ତିନୋଟି ପଦକ ଜିତିଥିଲେ . ୪x୧୦୦ ରିଲେରେ ସ୍ୱର୍ଣ୍ଣ, ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ଏବଂ୨୦୦ ମିଟର ଦୌଡରେ କାଂସ୍ୟ ପଦକ ଜିତିଥିଲେ । ଏହା ସହ ଲମ୍ବ କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
ତେବେ ତାଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା ଯୋଗୁଁ ନୁହେଁ ସ୍ୱାଭାବିକ ବୋଲି ଫ୍ଲୋରିଡାର ପୁଲିସ ବା ସେରିଫ୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
Comments are closed.