www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଣବ ପ୍ରକାଶଙ୍କ ସହ ଶୀତଳଷଷ୍ଠୀ ସମନ୍ୱୟ ସମିତିର ସାକ୍ଷାତ ଆଲୋଚନା

ସମ୍ବଲପୁର :  ଆଗାମୀ ୨୦ ତାରିଖରୁ ସମ୍ବଲପୁର ଠାରେ ଆରମ୍ଭ ହେଉଥିବା ବିଶ୍ୱ ପ୍ରସିଦ୍ଧ ମହାଦେବ ଓ ମାତା ପାର୍ବତୀଙ୍କ ପବିତ୍ର ସପ୍ତାହବ୍ୟାପି ବିବାହ ଉତ୍ସବ ପାଇଁ ପ୍ରାକ ପ୍ରସ୍ତୁତି ଏବେ ଜୋରସୋରରେ ଚାଲିଛି । ଏହି କ୍ରମରେ ସମ୍ବଲପୁରର ସର୍ବପୁରାତନ ନନ୍ଦପଡା, ଝାଡୁଆପଡା ଓ ମୁଦିପଡା ଯାତ୍ରା କମିଟିକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ପବିତ୍ର ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ନିମନ୍ତେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଝାରସୁଗୁଡା ଠାରେ ସାକ୍ଷାତ କରିଛନ୍ତି । ଗୁରୁବାର କମିଟିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରଶାନ୍ତ ବରେଇ, ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ସୁନୀଲ ଦାଶ, ପାର୍ଥସାରଥୀ ମିଶ୍ର, ଗୋପାଳ ପୃଷେଠ, ରାଜୀବ ମାଝୀ, ହିମାଂଶୁ ପାଣିଗ୍ରାହୀ ପ୍ରମୁଖ ଶ୍ରୀଦାସଙ୍କୁ ସାକ୍ଷାତ କରି ଆଗାମୀ ଶୀତଳଷଷ୍ଠୀ ଉତ୍ସବ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ଦାସ ଶୀତଳ ଷଷ୍ଠୀ କମିଟିର ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା ସମୟରେ ଆଗାମୀ ଦିନରେ ଏହି ପବିତ୍ର ଦେବ ବିବାହ ଉତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏକ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର କହିଛନ୍ତି।

ଅପରପକ୍ଷରେ ବିଗତ ବର୍ଷ ରାଜ୍ୟ ସଂସ୍କତି ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ୧୫ ଲକ୍ଷ ଟଙ୍କା ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ମିଳିଯାଇଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ ପୂଜାରୀଙ୍କୁ କମିଟି ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରାଯାଇଛି । ଆଜିର ଏହି ସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବାର ବିଧାୟକ ଦେବୀ ପ୍ରସାଦ ମିଶ୍ର, ସମ୍ବଲପୁର ଜିଲା ବିଜେଡି ସଭାପତି ଇଂ ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories