ବୌଦ୍ଧ: ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବୌଦ୍ଧର ମୁଖ୍ୟ କାର୍ୟାଳୟରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ତରଫରୁ ବ୍ୟାଙ୍କ କର୍ମଚାରୀଙ୍କ ନିମନ୍ତେ ଚିନ୍ତା ମୁକ୍ତ ଜୀବନ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ୟ୍ୟକ୍ରମରେ ବ୍ରହ୍ମକ୍ଷକୁମାରୀ ପ୍ରଶାସକ ପ୍ରଭାଗ ଦ୍ୱାରା ଆୟୋଜିତ ସଭାରେ ଦିଲ୍ଲୀରୁ ଆସିଥିବା ବ୍ରହ୍ମକୁମାରୀ ଶ୍ଵେତା ଭଉଣୀ ଈଶ୍ବରୀୟ ଜ୍ଞାନ ଓ ରାଜଯୋଗ ଦ୍ୱାରା କିପରି ନିଜକୁ ସଶକ୍ତ -ସକାରତ୍ମକ କରି ସୁଖୀ ଓ ଚିନ୍ତା ମୁକ୍ତ କରି ପାରିବା ସେ ସମ୍ଭନ୍ଧରେ ଆଲୋକପାତ କରିଥିଲେ। ଚିଫ ମ୍ୟାନେଜେର ପ୍ରଦୀପ କୁମାର ନାହକ କାର୍ୟ୍ୟକ୍ରମକୁ ସ୍ୱାଗତ କରିଥିଲେ। ସମ୍ବଲପୁରରୁ ଆସିଥିବା ବ୍ରହ୍ମକ୍ଷକୁମାରୀ ଜ୍ୟୋତି ଭଉଣୀ ଅଭିଯାନର ଲକ୍ଷ୍ୟ ସମ୍ଭନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ।
Popular Categories



