ବୌଦ୍ଧ: ୧୬.୧୦.୨୦୨୨ରେ ମୁଖ୍ୟମନ୍ତ୍ରୀ ଚାକିରିରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରିଥିଲେ। ହେଲେ ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଆସିଲା ନାହିଁ। ଫଳରେ ଶିକ୍ଷକଙ୍କ ଚାକିରି ନିୟମିତ ହୋଇ ପାରିଲା ନାହିଁ। ସେପଟେ ଚକ୍ତିଭିତ୍ତିକ ଅନୁଦାନ ବନ୍ଦ ହେବା ଯୋଗୁଁ ଦୁଇ ମାସ ହେଲା ଦରମା ମିଳି ନାହିଁ। ଚାକିରି ନିୟମିତ ଅନୁଦାନରୁ ଦରମା ମିଳିବ ବୋଲି ଅର୍ଥ ବିଭାଗ କହୁଛି। ଫଳରେ ଶିକ୍ଷକଙ୍କ ଭବିଷ୍ୟତ ଦୋଛକିର ଅଟକି ରହିଛି। ବୌଦ୍ଧ ଜିଲ୍ଲାର ୨୦୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ନିୟମିତ କରିବା ସହ ଦୁଇ ମାସର ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି। ଏନେଇ ଓଡ଼ିଶା ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଡିଇଓ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଜିଲ୍ଲା ସଭାପତି ରଞ୍ଜିତ ନାଏକ, ସଂପାଦକ ବିଭୁତି ଭୂଷଣ ମହାକୁଡ଼ ଓ କୋଷାଧ୍ୟକ୍ଷ ରାଧେଶ୍ୟାମ ମେହେରଙ୍କ ସହ ଅନ୍ୟ ଶିକ୍ଷକମାନେ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
Popular Categories



