ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାଜ୍ୟରେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା.. ପାଣିପାଗ ବିଭାଗ ପକ୍ଷରୁ ଆଜି ପାଇଁ ୨୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି..

ସମସ୍ତ ଉପକୂଳ ଜିଲା ସହ ପଶ୍ଚିମ ଓଡ଼ିଶାର କିଛି ଜିଲାକୁ ସତର୍କ ସୂଚନା.. ଘଡ଼ଘଡ଼ି ସହ ବର୍ଷା ଏବଂ ୩୦/୪୦ କିମି ବେଗରେ ପବନ ସମ୍ଭାବନା.. ବର୍ଷା ନେଇ ସବୁ ଜିଲାପାଳଙ୍କୁ ସତର୍କ କରାଇଲେ ଏସଆରସି.. ବର୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ..

ସାଂଘାଇ ସହଯୋଗ ସଂଗଠନ ବୈଠକ.. ସଡ଼କ ପରିବହନ କ୍ଷେତ୍ରରେ ସମସାମୟିକ ଆହ୍ୱାନର ସମାଧାନ ଉପରେ ଗୁରୁତ୍ୱ..

ଜିଆ ଖାନ୍‌ ଆତ୍ମହତ୍ୟା ମାମଲା.. ସୂରଜ ପଞ୍ଚୋଲି ନିର୍ଦ୍ଦୋଷରେ ଖଲାସ.. କହିଲେ-‘ସତ୍ୟର ସର୍ବଦା ଜୟ ହୋଇଥାଏ’.. ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବେ ଜିଆଙ୍କ ମାଆ..

ଆକାଂକ୍ଷିତ ଜିଲ୍ଲା ଓ ଉପାନ୍ତ ଅଞ୍ଚଳରେ ୯୧ଟି ଏଫଏମ ରେଡ଼ିଓ ପ୍ରସାରଣ କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ..

ସ୍କୁଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ.. ଅଳ୍ପକେ ବର୍ତ୍ତିଲେ ୨୬ ପିଲା.. ଆଚାର୍ଯ୍ୟ ବିହାର ଛକରେ ଡିଭାଇଡରକୁ ପିଟିଲା ସ୍କୁଲ ବସ୍‌..

ହାୱଡା-ପୁରୀ ‘ବନ୍ଦେ ଭାରତ’ଏକ୍ସପ୍ରେସର ଟ୍ରାଏଲ ରନ୍‌‌ ଆରମ୍ଭ..

ପିକ୍‌ଅପ୍‌ ଭ୍ୟାନ୍‌କୁ ପିଟିଲା ହାଇୱା.. ଜଣେ ମୃତ ଓ ୨ ଗୁରୁତର.. ଟାଉନ ଥାନା ଗଡ଼ଖୋର୍ଦ୍ଧା ଛକରେ ପିକ୍‌ଅପ୍‌ ଭ୍ୟାନ୍‌କୁ ପିଟିଲା ହାଇୱା..

ରାଜ୍ୟର ୧୦ଟି ସ୍ଥାନରେ ବଡ଼ ଧରଣର ଜିଏସ୍‌ଟି ଚଢାଉ.. ଯାଜପୁର, ଚଣ୍ଡିଖୋଲ ଓ ଭୁବନେଶ୍ବରରେ ୧୦ ଟିମ୍‌ର ଚଢାଉ.. ୧୦ଟି କ୍ରସର ୟୁନିଟରେ ଏକକାଳୀନ ୧୦ଟି ଟିମ୍‌ର ଚଢାଉ ଜାରି..

ସକାଳ ୬ଟା୧୦ରେ ହାୱଡା ଛାଡିଛି ‘ବନ୍ଦେ ଭାରତ’.. ଖଡଗପୁର, ଭଦ୍ରକ, ବାଲେଶ୍ୱରରେ ୨ ମିନିଟ ଲେଖାଏଁ ରହଣି..

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ପାଇଁ ବିଜେପିର କମିଟି ଗଠନ.. ୪ ଜଣିଆ ଯାଞ୍ଚ କମିଟି ଗଠନ କଲେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା…

Comments are closed.