www.samajalive.in
Monday, December 15, 2025
27.1 C
Bhubaneswar

ପାକିସ୍ତାନ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ବାହୁବଳୀ

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ବହୁ ରେକର୍ଡ ସୃଷ୍ଟି କରିଥିବା ଏସ୍‍ ଏସ୍‍ ରାଜାମୌଲୀ ନିର୍ଦେଶିତ ଚଳଚ୍ଚିତ୍ର ବାହୁବଳୀ ପାକିସ୍ତାନରେ ପ୍ରଦର୍ଶିତ ହେବ। କରାଚିରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ବାହୁବଳୀ ପ୍ରଦର୍ଶିତ ହେବ। ଏ ନେଇ ରାଜାମୌଲି ଖୁସିବ୍ୟକ୍ତ କରିଛନ୍ତି। ମାର୍ଚ୍ଚ ୨୯ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ଏହି ଚଳଚ୍ଚିତ୍ର ମହୋତ୍ସବ ଚାଲିବ। ଏଥିରେ ପାକିସ୍ତାନ ସହ ବିଭିନ୍ନ ରାଷ୍ଟ୍ରର କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ର ଆଦି ପ୍ରଦର୍ଶିତ ହେବ। ସୂଚନାଯୋଗ୍ୟ, ବାହୁବଳୀ ପ୍ରଥମ ଭାଗ ଭଳି ଦ୍ୱିତୀୟ ଭାଗ ବାହୁବଳୀ -୨; ଦି କନକ୍ଲୁଜନ ମଧ୍ୟ ଜବରଦସ୍ତ ହିଟ୍‍ ସାବ୍ୟସ୍ତ ହୋଇଥିଲା। ଏଥିସହ ଏହି ଫିଲ୍ମ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଆୟରେ ସବୁଠୁ ଆଗରେ ରହିଛି। ଏହି ଐତିହାସିକ ଚଳଚ୍ଚିତ୍ରରେ ତେଲୁଗୁ ଷ୍ଟାର ପ୍ରଭାସ, ରାଣା ଦଗୁବତି, ଅନୁଷ୍କା ସେଟ୍ଟି, ରାମ୍ୟା କ୍ରିଷ୍ଣନ୍ନ, ନସର ସତ୍ୟରାଜ, ତମନ୍ନା ଭାଟିଆ ପ୍ରମୁଖ ନଜର ଆସିଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories