BSKY banner  750×100

ବିଜେପିର ବିଦ୍ରୋହୀ ନେତାଙ୍କୁ ଭେଟିଲେ ମମତା

nua o banner
0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ବୁଧବାର ବିଜେପିର ବିଦ୍ରୋହୀ ନେତାଙ୍କୁ ଭେଟିଛନ୍ତି । ଏହାସହ ମମତା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଥା ଉପା ସଭାପତି ସୋନିଆ ଗାନ୍ଧିଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ବିରୋଧୀ ମହାମେଣ୍ଟ ଗଠନ ପାଇଁ ମମତା ବାନାର୍ଜୀ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି । ଏହି ଅବସରରେ ମମତା କହିଛନ୍ତି ଯେ ରାଜନୀତିରେ ବିଜେପିକୁ ହରାଇବା ପାଇଁ ସବୁ ଆଞ୍ଚଳିକ ଦଳ ଓ କଂଗ୍ରେସ ମିଶି ଏକ ସାମୁଖ୍ୟ ଗଠନ କରିବାର ଆବଶ୍ୟକତା ରହିଛି । ଏହି ସାମୁଖ୍ୟ ଗଠନ ପାଇଁ କଂଗ୍ରେସର ସହଯୋଗ ଆବଶ୍ୟକ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ସମସ୍ତ ରାଜନୈତିକ ଦଳଙ୍କୁ ଏକାଠି କରି ଦ୍ୱିତୀୟ ସାମୁଖ୍ୟ ଗଠନ କରିବାକୁ ମମତା ତତ୍ପର ହୋଇ ପଡିଛନ୍ତି । ମମତା ବୁଧବାର ବିଜେପିର ବିଦ୍ରୋହୀ ନେତା ଯଶବନ୍ତ ସିହ୍ନା, ଶତ୍ରୁଘ୍ନ ସିହ୍ନା, ଅରୁଣ ଶୌରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସାକ୍ଷାତକାର ପରେ ଅରୁଣ ଶୌରୀ କହିଥିଲେ ଯେ ଟିଏମ୍‌ସି ନେତ୍ରୀଙ୍କ ‘ସବୁ ରାଜ୍ୟରେ ଗୋଟିଏ ଦଳ ସହ ଗୋଟିଏ ଦଳର ପ୍ରତିଦ୍ୱନ୍ଦିତା’ ସିଦ୍ଧାନ୍ତ ମୋଦିଙ୍କୁ ହରାଇବା ପାଇଁ ଏକ ସଠିକ୍‌ ବାଟ । ଏହାପୂର୍ବରୁ ମମତା ମଙ୍ଗଳବାର (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାର, ପ୍ରଫୁଲ୍ଲ ପଟେଲ, ସୁପ୍ରିୟା ସୁଲେ, ଡିଏମ୍‌କେ ନେତ୍ରୀ କାନିମୋଝି, ୱାଏସ୍‌ଆର କଂଗ୍ରେସ ଏବଂ ବିଜୁ ଜନତା ଦଳ (ବିଜେଡି), ତେଲୁଗ୍‌ ଦେଶମ ପାର୍ଟି (ଟିଡିପି)ର ସାଂସଦ, ରାମଗୋପାଳ ଯାଦବ, ପ୍ରଶାନ୍ତ କିଶୋର, ଆରଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀଙ୍କୁ ଭେଟିଥିଲେ । ଆଗକୁ ମମତା ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ଯାଦବ, ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲଙ୍କୁ ଭେଟିବେ। ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ସେ ଏଥିରେ ସାମିଲ ହେବାକୁ କହିଛନ୍ତି । ଅପରପକ୍ଷରେ ପଶ୍ଚିମବଙ୍ଗରେ ରାମନବମୀ ଦିନ ହିଂସାକୁ ନେଇ ବିଜେପି ମମତାଙ୍କୁ କଡ଼ା ସମାଲୋଚନା କରିଛି।

Leave A Reply