www.samajalive.in
Monday, December 15, 2025
27.1 C
Bhubaneswar

ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ସାରସ୍ଵତ ସମାରୋହ

ରେଙ୍ଗାଲିକ୍ୟାମ୍ପ: ଜିଲ୍ଲା ଲେଖିକା ପରିଷଦ, ବରଗଡ଼ ପକ୍ଷରୁ ଆଜି ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ଠାରେ ସାହିତ୍ୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସମ୍ପାଦିକା ତପସ୍ଵିନୀ ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାନେତ୍ରୀ କବିତା ରଥ ଓ ବରିଷ୍ଠ ସଦସ୍ୟା ବାସନ୍ତୀ ଗୁରୁ ମଞ୍ଚlସୀନ ଥିଲେ। ଭାଗବତ ପ୍ରବଚିକା ଲତା ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଦିଗଦର୍ଶନ କରିଥିଲେ। ଏହି ସମାରୋହରେ ପୁରୁଣା ସାହିତ୍ୟ ସ୍ରଷ୍ଟା ଓ ସେମାନଙ୍କ ସୃଷ୍ଟିର ଚମତ୍କାରିତା ଉପରେ ଉପସ୍ଥିତ ସମସ୍ତ କବି, ଲେଖକ, ପ୍ରାବନ୍ଧିକ ମାନେ ନିଜ ନିଜର ରଚନା ଓ ଭାବନା ଶୈଳୀରେ ଉପସ୍ଥାପନ କରିଥିଲେ।

ଆଜିର ଏହି ସାରସ୍ବତ ସମାରୋହରେେ ନୂରାବତୀ ସାହୁ, କୁନୁମତୀ ଦୋରା, ମୀନା ପଣ୍ଡା, ରଶ୍ମି ପୃଷେଠ, ମନତୀ ଦାଶ, ସୁନୀତା ମିଶ୍ର, ନୀରୂପମା ଶତପଥୀ, ମୁଗ୍ଧା ଦାଶ, ଝରଣା ପାଣି, ତାପ୍ତିମୟୀ ପଣ୍ଡା, ପୁନମିତ୍ର, ସଂଯୁକ୍ତ। ଜୁଆଡ଼ି, ଅମରେଶ ଭାଇ, ତୁଳସୀ ଭାଇ, ବଳିଷ୍ଠ ପ୍ରଧାନ, ସାମ୍ବାଦିକ ଆକାଶ ମିଶ୍ର, ସୁବାଶ ଭାଇ, ସାମ୍ବାଦିକ ପ୍ରଦୀପ୍ତ ଭାନୁ ମହାନ୍ତି ଓ ରାହାସ ଖୁସୁଙ୍ଗିଆ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories