www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରବଳ ବର୍ଷା ସତ୍ବେ ରାସ୍ତାରେ ଚାଲିଛି ପିଚୁ କାମ

ମୋହନା: ଚ଼ଳିତ ମାସ ୨୮ରେ ଗଜପତି ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି କେ ପାଣ୍ଡିଆନ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ନିଜେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ୫-ଟି ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକର ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଉଥିବା ଜଣାପଡିଛି। ସେହିଭଳି ଅନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଚଳଚଞ୍ଚଳ ହୋଇଉଠିଛନ୍ତି। ୫-ଟି ସଚିବଙ୍କ ଗସ୍ତ କରିବାକୁ ଥିବା ରାସ୍ତା ଗୁଡ଼ିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି ପରିପେକ୍ଷୀରେ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହେଉଥିବା ସତ୍ତ୍ୱେ ପାଞ୍ଚଆମ୍ବ ଠାରୁ ଜିରାଙ୍ଗ ରସ୍ତlରେ ପିଚୁ ପକା ଯାଉଥିବା ଦେଖିବାକୁ ମିଳିଛି। ଅତ୍ୟନ୍ତ ତରବରିଆ ଭାବେ ବର୍ଷାରେ ପିଚୁ ପକା ଯାଉଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଏ ସଂମ୍ପର୍କରେ ଚନ୍ଦ୍ରଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ର ଚରଣ ବେହେରାଙ୍କୁ ପଚାରିବାରେ ଷ୍ଟେଟ କ୍ୱାଲିଟି ମନିଟରଙ୍କ ଗସ୍ତ ଯୋଗୁଁ ସମସ୍ୟା ସମ୍ପର୍କରେ କୌଣସି ମତାମତ ଦେଇପାରିବିନି କହିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ କଥାକୁ ଏଡାଇ ଦେଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories