www.samajalive.in
Monday, December 15, 2025
27.1 C
Bhubaneswar

ଜଳିଗଲା ଦୋକାନ ଘର; ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ନଗଦ ଟଙ୍କା ଭସ୍ମୀଭୂତ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ବିଲୁପଦର ମେଡିକାଲ ଛକ ନିକଟରେ ଥିବା ଭେରାଇଟି ଷ୍ଟୋରରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ନଗଦ ଟଙ୍କା ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବୁଧବାର ସକାଳ ସମୟରେ କୌଣସି କାରଣରୁ ଦୋକାନ ଭିତରେ ଥିବା ଗ୍ୟାସ ଲିକ୍ କରି ନିଆଁ ଜଳିଥିଲା। ନିଆଁକୁ ଆୟତ୍ତ କରାଯାଇ ପାରିନଥିବା ବେଳେ ଆଗପଟେ ଥିବା ଭେରାଇଟି ଷ୍ଟୋରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା। ଷ୍ଟୋରରେ ଥିବା ସମସ୍ତ ଦୋକାନ ସରଞ୍ଜାମ ସହ ଦୋକାନରେ ଥିବା ଲକ୍ଷାଧିକ ନଗଦ ଟଙ୍କା ମଧ୍ୟ ଜଳି ଯାଇଥିଲା। ସକାଳେ ଦୋକାନ ଖୋଲାଥିବା ବେଳେ ଦୋକାନ ଭିତରେ ଗ୍ୟାସରୁ ନିଆଁ ଲିକ୍ କରି ନିଆଁ ଲାଗିଥିବା ପରିବାର ଲୋକେ କହିଛନ୍ତି। ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ କରାଯାଇ ନ ପାରିବାରୁ ଦୋକାନ ଓ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

- Advertisement -

ଅପରପକ୍ଷେ, ଦୀର୍ଘ ଦିନ ହେବ ଗଦାଧର ସାହାଣୀ ସେହି ଜାଗାରେ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ। ନିକଟରେ ବିଭିନ୍ନ ବେସରକାରୀ ସଂସ୍ଥା ଓ ସ୍ୱୟଂ ସହାୟିକା ଗୋଷ୍ଠୀରୁ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଲୋନ୍ କରି ଦୋକାନକୁ ବଢ଼ାଇଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ପ୍ରଶାସନ ତରଫରୁ କ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଓ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories