www.samajalive.in
Monday, December 15, 2025
17.1 C
Bhubaneswar

ଭୁଲରେ ମଧ୍ୟ ଖାଇବା ପରେ କରନ୍ତୁ ନାହିଁ ଏହି ସବୁ କାମ : ଦେଖାଦେବ ନାନାଦି ସମସ୍ୟା

ସାଧାରଣତଃ ଥରେ ପେଟଭରି ଖାଇବା ପରେ ତା’ପରେ ଯେତେ ସୁସ୍ୱାଦୁ ଖାଦ୍ୟ ହେଲେ ମଧ୍ୟ ଆଉ ଖାଇବାକୁ ଇଚ୍ଛା ହୁଏନାହିଁ। ତେବେ କିଛି ଲୋକ ଥାଆନ୍ତି ଯେଉଁମାନେ ଥରେ ପେଟପୁରା ଖାଇସାରି ପୁଣି କିଛି ଖାଇ ଦିଅନ୍ତି ବା ପିଇ ଦିଅନ୍ତି। ହେଲେ ଏପରି କିଛି ଖାଦ୍ୟ ଓ ପାନୀୟ ଅଛି ଯାହାକୁ ଖାଇ ସାରିବା ପରେ ଖାଇବା ବା ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏଥିସହିତ ଏପରି କିଛି କାମ ଅଛି ଯାହା ଖାଇ ସାରିବା ପରେ କରିବା ବର୍ଜନୀୟ।

– ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇବା ଅନୁଚିତ୍‍। ଏହାଦ୍ୱାରା ରକ୍ତଚାପ, ମଧୁମେହ ଆଦି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ତେବେ ସକାଳ ଜଳଖିଆ ବା ସନ୍ଧ୍ୟା ଜଳଖିଆ ପରେ ଚା’ ପିଇ ପାରିବେ।

- Advertisement -

– ଖାଲି ପେଟରେ ଫଳ ଖାଇବା ଦ୍ୱାରା ଗ୍ୟାସ୍ଟ୍ରିକ୍‍ ହୋଇଥାଏ ବୋଲି ଡାକ୍ତରମାନେ କହିଥା’ନ୍ତି। ତା’ମାନେ ନୁହେଁ ଯେ ଖାଇସାରିବା ସଙ୍ଗେ ସଙ୍ଗେ ଫଳ ଖାଇବେ। ଏହା ଶରୀର ପାଇଁ କ୍ଷତିକାରକ। ଅତିକମ୍‍ରେ ଖାଇବାର ୨୦ ମିନିଟ୍ ପରେ ଫଳ ଖାଆନ୍ତୁ।
– କେବଳ ଖାଇବା ନୁହେଁ ଗାଧୋଇବା ନେଇ ମଧ୍ୟ କଟକଣା ରହିଛି। ସବୁବେଳେ ଗାଧୋଇସାରି ଖାଇବା ଅଭ୍ୟାସ କରନ୍ତୁ। ଖାଇସାରି ଗାଧୋଇବା ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ଅହିତକର।

– ଖାଇସାରି ସଙ୍ଗେ ସଙ୍ଗେ ନଶୋଇବା ପାଇଁ ମଧ୍ୟ ବାରଣ କରାଯାଇଛି। ଖାଇବାର ଅତିକମରେ ୧୫ ମିନିଟ୍ ପରେ ବିଛଣାକୁ ଯାଆନ୍ତୁ।
– ଖାଇସାରିବା ପରେ କୌଣସି ପ୍ରକାର ଶାରୀରିକ ବ୍ୟାୟାମ କରନ୍ତୁ ନାହିଁ। ବେଲ୍ଟକୁ ଭିଡ଼କରି ବାନ୍ଧିବା, ଖାଇବା ପରେ ଧୂମପାନ କରିବା ମଧ୍ୟ ଖରାପ ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories