www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଆ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉତ୍ତରାଖଣ୍ଡ ସରକାର ନେଉଛନ୍ତି ସମସ୍ତ ପ୍ରକାର ପଦକ୍ଷେପ ; ଫେରୁଛନ୍ତି ୪୨ ଯାତ୍ରୀ

ଭୁବନେଶ୍ବର : ବଦ୍ରୀନାଥ ଦର୍ଶନରେ ଯାଇ ତୁଷାରପାତ ଯୋଗୁଁ ଫସି ରହିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉତ୍ତରାଖଣ୍ଡ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଉତ୍ତରାଖଣ୍ଡରେ ଓଡିଆ ତୀର୍ଥ ଯାତ୍ରୀ ଫସି ରହିଥିବା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ୍ ଯୋଗେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ସେମାନଙ୍କର ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ତେବେ ଓଡିଶାର ସମସ୍ତ ତୀର୍ଥ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଟ୍ୱିଟ ଯୋଗେ ଜଣାଇଛନ୍ତି। ତୀର୍ଥ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ନିର୍ଦେଶ ଦେଇଥିବା ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଅନ୍ୟ ପକ୍ଷରେ ତୁଷାରପାତ ଯୋଗୁଁ ସେଠାରେ ଫସିଥିବା ଗଞ୍ଜାମର ୪୨ ତାର୍ଥଯାତ୍ରୀ ସୁରକ୍ଷିତ ଭାବେ ଓଡ଼ିଶା ଫେରୁଛନ୍ତି। ଆଶ୍ରୟ ସ୍ଥଳରୁ କିଛି ବାଟ ଚାଲିଚାଲି ଆସିବା ପରେ ସମସ୍ତେ ୨ଟି ବସରେ ବଦ୍ରିନାଥରୁ କେଦାରନାଥ ଅଭିମୁଖେ ଆସୁଥିବା ଜଣାପଡ଼ିଛି । ତେବେ ସେମାନଙ୍କ ମଧ୍ୟରୁ ମଧ୍ୟରୁ ୨ ଜଣ ଅସୁସ୍ଥ ହୋଇପଡ଼ିଥିବା ଜଣାପଡିଛି।
ତେବେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଅଞ୍ଚଳର ଆଉ ୩୩ ଓଡ଼ିଆ ତାର୍ଥଯାତ୍ରୀ ଫସିରହିଥିବା ସୂଚନା ମିଳିଛି। ଶନିବାର ବଦ୍ରିନାଥ ଦର୍ଶନ ପାଇଁ ଏକାଠି ଗୋଟିଏ ବସରେ ଯାଇଥିଲେ। ମାତ୍ର ପ୍ରବଳ ବରଫପାତ ଯୋଗୁଁ ସେମାନେ ଆର୍ମିକ୍ୟାମ୍ପରେ ଆଶ୍ରୟ ନେଇଥିଲେ। କିନ୍ତୁ ଆଜି ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଗଂଜାମ ଭଞ୍ଜନଗର, କୁଲାଡ଼ ଓ ବେଲଗୁଣ୍ଡା ଅଂଚଳର ୪୨ ଜଣ ତୀର୍ଥଯାତ୍ରୀ ଗତ ୨୬ ତାରିଖରେ ବଦ୍ରିନାଥ ଓ ଋଷିକେଶ ବୁଲିବାକୁ ଯାଇଥିଲେ । ତୀର୍ଥଯାତ୍ରା ସାରି ସମସ୍ତେ ଶନିବାର ଘରକୁ ଫେରୁଥିଲେ । କିନ୍ତୁ ବଦ୍ରିନାଥରେ ଅତ୍ୟଧିକ ତୁଷାରପାତ ହେବାରୁ ସେମାନେ ଅଟକି ରହିଛନ୍ତି ।
ଅନ୍ୟପକ୍ଷରେ ବଦ୍ରୀନାଥରେ ଫସି ରହିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କ ଉଦ୍ଧାର ଓ ସହାୟତା କରିବାକୁ ଯୁଗ୍ନ ରିଲିଫ୍ କମିଶନର ପ୍ରଭାତ ରଂଜନ ମହାପାତ୍ର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories