www.samajalive.in
Monday, December 15, 2025
17.1 C
Bhubaneswar

ସମ୍ବଲପୁର ଦଙ୍ଗାକାରୀଙ୍କୁ ଦଣ୍ଡ ବିଧାନ ପାଇଁ ଦାବି

ଆଠଗଡ଼: ଆଠଗଡ଼ ଉପଖଣ୍ଡର ସମଗ୍ର ହିନ୍ଦୁ ସମାଜର ମିଳିତ ଆନୁକୁଲ୍ୟରେ ହନୁମାନ ଜୟନ୍ତୀ ଦିନ ସମ୍ବଲପୁରରେ ଶୋଭାଯାତ୍ରାକାରୀଙ୍କ ଉପରେ ଆକ୍ରମଣ କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ କରି ଏକ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି। ମାଣିଆବନ୍ଧ ଆର୍ଯ୍ୟସମାଜର ପରିଚାଳକ ଆଦିକନ୍ଦ ବାନପ୍ରସ୍ତି, ବଡମ୍ବା ବିଶ୍ୱ ହିନ୍ଦୁ ପରିଷଦ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବଡମ୍ବା ଖଣ୍ଡ କାର୍ଯ୍ୟବାହ ମାନସ କୁମାର ଘଢେଇ ଆଠଗଡ଼ ଖଣ୍ଡ କାର୍ଯ୍ୟବାହ ପ୍ରଭାକର ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ହିନ୍ଦୁ ସମାଜ ସଭ୍ୟ ଆଠଗଡ଼ ନୂଆ ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଶ୍ରୀ ବାସପ୍ରସ୍ତିଙ୍କ ସଂଯୋଜନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ତ୍ରିଲୋଚନ ପ୍ରଧାନ, ପ୍ରତାପ କୁମାର ଦତ୍ତ, ଧର୍ମରାଜ ପାଟସାହାଣୀ, ବିଜୟ କୁମାର ଦଳବେହେରା, ପିତବାସ କରଣ, ବ୍ରଜେନ୍ଦ୍ର କୁମାର ରାୟ, ସରୋଜ ରଣା, ରାମନାରାୟଣ ମହାନ୍ତି, ବିକ୍ରମ କେଶରୀ ଦାଶ, ଇଲା ପଣ୍ଡା, ସୁବାସ ଚନ୍ଦ୍ର ମୁଦୁଲି, ରଞ୍ଜନ ସେନାପତି, ଜଗଦାନନ୍ଦ ତ୍ରିପାଠୀ, ନିର୍ମଳ କୁମାର, ଉମେଶ ସାମଲ, ବିଚିତ୍ରାନନ୍ଦ ଜେନା, ଜ୍ଞାନରଞ୍ଜନ ମହାପାତ୍ର, ସତ୍ୟଜିତ୍‌‌ ମଲ୍ଲିକ, ତଥାଗତ ପଟ୍ଟନାୟକ, ପ୍ରମୁଖ ଉଦ୍‌‌ବୋଧନ ଦେଇ ଓଡ଼ିଶା ରାଜ୍ୟସରକାରଙ୍କ ନିଷ୍କ୍ରିୟତା କାରଣରୁ ରାଜ୍ୟରେ ହିନ୍ଦୁ ସମାଜ ଏବେ ଅସୁରକ୍ଷିତ ଅନୁଭବ କରୁଛନ୍ତ ବୋଲି ଅଭିଯୋଗ କରିଥିଲେ। ସମ୍ବଲପୁରରେ ଗତ ହନୁମାନ ଜୟନ୍ତୀ ପାଳନ ଉପଲକ୍ଷେ ହିନ୍ଦୁ ସମାଜ ପକ୍ଷରୁ ଆୟୋଜିତ ଶୋଭାଯାତ୍ରା ସମୟରେ ଅନ୍ୟ ସଂପ୍ରଦାୟର ଲୋକ ଯେପରି ପଥର, ଖଣ୍ଡା ଓ ଛୁରୀ ଆଦି ମାରଣାସ୍ତ୍ର ଦ୍ୱାରା ଅତ୍ୟନ୍ତ ନିଷ୍ଠୁର ଭାବେ ଶୋଭାଯାତ୍ରାକାରୀଙ୍କୁ ଆକ୍ରମଣ କଲେ ଏବଂ ଜଣେ ହିନ୍ଦୁ ଭାଇଙ୍କୁ ହତ୍ୟାକଲେ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେମାନେ ପ୍ରକାଶ କରିଥିଲେ। ରାଜ୍ୟରେ ବିଗତ କିଛିବର୍ଷ ହେବ ହିନ୍ଦୁମାନଙ୍କ ଉପରେ ନିୟମିତ ଆକ୍ରମଣ ହେଉଥିବାବେଲେ ରାଜ୍ୟ ସରକାର ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ତୁଷ୍ଟିକରଣ ନୀତି ଆପଣାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ସମ୍ବଲପୁରରେ ଦଙ୍ଗାକାରୀଙ୍କ ବିରୋଧରେ ଦୃଢ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଏହି ମର୍ମରେ ଉପଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ରମାକାନ୍ତ ସେନାପତି, ସୁନିଲ ମିଶ୍ର, ପ୍ରକାଶ କୁମାର ସେଠୀ, ପ୍ରଦୀପ ମହାପାତ୍ର, ପବିତ୍ର ଆଚାର୍ଯ୍ୟ, ଜିତେନ୍ଦ୍ର ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories