ମେ’ ପହିଲାରୁ ବଢ଼ିବ ଖୁଆ, ଛେନା ଓ ପନିର ଦର

ଭୁବନେଶ୍ବର: କ୍ଷୀରଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟର ବୃଦ୍ଧି ପାଇଛି। ମେ’ ୧ରୁ ବଢ଼ିବ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି ପାଇବ। ଏ ନେଇ କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି। ସଂଘର ନିଷ୍ପତ୍ତି ଅନୁସାରେ ଛେନା କେଜି ୨୦ ଟଙ୍କା ବଢ଼ିଛି। ବର୍ତ୍ତମାନ ଛେନା କେଜି ପ୍ରତି ୧୭୫ ଟଙ୍କା ରହିଥିବାବେଳେ ବଢ଼ିବା ପରେ ଏହା ୧୯୫ଟଙ୍କା ହେବ। ସେହିପରି ପନିର କେଜି ୩୦ଟଙ୍କା ବଢ଼ିଛି। ବର୍ତ୍ତମାନ ପନିର କେଜି ୨୨୫ଟଙ୍କା ରହିଥିବାବେଳେ ବର୍ଦ୍ଧିତ ଦର ଲାଗୁ ହେବା ପରେଏହା ୨୫୫ଟଙ୍କାରେ ପହଞ୍ଚିବ। ଅପରପକ୍ଷରେ ସବୁଠୁ ଅଧିକ ଖୁଆ କେଜି ୬୦ଟଙ୍କା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଖୁଆ କେଜି ଦର ୨୬୦ଟଙ୍କା ରହିଥିବାବେଳେ ବଢ଼ିଥିବା ଦର ଲାଗୁ ହେବା ପରେ ଖୁଆ କେଜି ୩୨୦ ଟଙ୍କା ହେବ ବୋଲି କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.