ଅକ୍ଷୟ ତୃତୀୟା ଅବସରରେ ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ
କଣ୍ଟାବାଞ୍ଜି: ପବିତ୍ର ଅକ୍ଷୟ ତୃତୀୟା ଅବସରେ ତୁରେକେଲା ବ୍ଲକ କୁଇବାହାଲ ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ ହୋଇ ଯାଇଛି। କୁଇବାହାଲ ସରପଞ୍ଚ ବିଳାଶ ପୁଟେଲ ଏବଂ ପୁତ୍ର ସୁବାଷପୁଟେଲ ନିଜ ଜମିରେ ହଳ କରିବା ସହ, ଚାଷ ଜମିରେ ପୂଜାର୍ଚ୍ଚନା କରି ଅକ୍ଷୀ ମୁଠି ବିହନ ଧାନ, କୃଷି ଅଧିକାରୀଙ୍କ ଉପସ୍ଥିତରେ ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଉପଲକ୍ଷେ କୃଷକ ଦିବସ ପାଳନ ଅବସରେ ଏକ ସଭାର ଆୟୋଜନ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ବିଳାଶ ପୁଟେଲ, ସମ୍ମାନିୟ ଅତିଥି ଭାବେ ତୁରେକେଲା ଗ୍ରାମପଞ୍ଚାୟତ ସରପଞ୍ଚ ଜଳନ୍ଧର ମହାକୁଡ଼, ଚଟୁଅନକା ସମିତି ସଭ୍ୟ ପୁର୍ଣ୍ଣଚନ୍ଦ୍ର ମାଝୀ, ପୂର୍ବତନ ସରପଞ୍ଚ କୁଇବାହାଲ କୁଞ୍ଜ ମହାନନ୍ଦ, ପ୍ରକୁତି ବନ୍ଧୁ ଦୋଳମଣୀ ମହତ, ଚାଷୀ ଦୁର୍ଯ୍ୟୋଧନ ରାଉତ, ସତ୍ୟାନନ୍ଦ ଘିବେଲା, ରାମେଶ୍ୱର. ମହାନନ୍ଦ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଅବିନାଶ ପ୍ରଧାନ, ସହକାରୀ ମସ୍ୟ ଅଧିକାରୀ ସୁବିତ ପଟେଲ, ସହକାରୀ କୃଷି ଅଧିକାରୀ ଭକ୍ତ ଚରଣ ଛତ୍ରିୟା ମଞ୍ଚାସୀନ ଥିଲେ। ବ୍ଲକ କୃଷୀ ଅଧିକାରୀ ଆନନ୍ଦ ଚନ୍ଦ୍ର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ପ୍ରାଣୀ ଚିକିତ୍ସକ ଗୋପାଳନ, ଛେଳି, କୁକୁଡ଼ା ପାଳନ, ମସ୍ୟ ଅଧିକାରୀ ମାଛ ଚାଷ ଓ ସହକାରୀ କୃଷି ଅଧିକାରୀ ଉନ୍ନତ ମାନର ଚାଷ ପ୍ରଣାଳୀ ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଭାବରେ ବୁଝାଇଥିଲେ। କୃଷି ପାଇଁ ବିଭିନ୍ନ ସରକାରୀ ଯୋଜନାରୁ ଚାଷୀ କିପରି ଲାଭ ପାଇ ପାରିବେ ସୂଚନାପ୍ରଦାନ କରି ଥିଲେ। ଶେଷରେ କୃଷି ବିଭାଗ ତରଫରୁ ଚିନ୍ତାମଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.