www.samajalive.in
Monday, December 15, 2025
16.1 C
Bhubaneswar

ବଢ଼ିଲା ରାମଚନ୍ଦ୍ରଙ୍କ ଅଡୁଆ, ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ଭୁବନେଶ୍ବର: ଚିଟ୍‌ଫଣ୍ଡ ସଂସ୍ଥା ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ ଲିମିଟେଡ୍ ଓ ଗ୍ରୁପ ଅଫ୍ କମ୍ପାନୀ ମାମଲାରେ ଫସିଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ପାଇଁ ଅଡୁଆ ବଢ଼ିଛି। ରାମଚନ୍ଦ୍ର ହାଂସଦାଙ୍କ ବିରୋଧରେ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଆବେଦନର ବିଚାର କରି ଅଦାଲତ ପକ୍ଷରୁ ଶ୍ରୀ ହାଂସଦାଙ୍କୁ ସମନ ଜାରି ହୋଇଥିବା ଜଣାପଡିଛି। ଉକ୍ତ ଚିଟ୍‌ଫଣ୍ଡ ସଂସ୍ଥାରେ ଅର୍ଥନୈତିକ ଦୁର୍ନୀତି ହୋଇଥିବା ଆବେଦନରେ ଇଡି ପକ୍ଷରୁ ଦର୍ଶାଯାଇଥିଲା।

ସୂଚନାଯୋଗ୍ୟ, ନବଦିଗନ୍ତ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ଖୋଲିଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏହାର ଶାଖା କାର୍ଯ୍ୟାଳୟ ରହିଥିଲା। କମ ଦିନରେ ଜମା ଟଙ୍କାର ଅଧିକ ଲାଭ ଦେବାକୁ ପ୍ରତିଶ୍ରୁତି ଦେଇ ଉକ୍ତ ସଂସ୍ଥା ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। କୋଟି କୋଟି ଟଙ୍କା ନେବା ପରେ ସଂସ୍ଥାରେ ତାଲା ଝୁଲିଥିଲା। ଜମାକାରୀମାନେ ଲାଭ ପାଇବା ତ’ ଦୂରର କଥା ଦେଇଥିବା ଟଙ୍କା ଫେରିପାଇ ନ ଥିଲେ। ୪୪ଟି ଚିଟ୍‌ଫଣ୍ଡ ସଂସ୍ଥାର ତଦନ୍ତ କରିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ପରେ ସିବିଆଇ ନବଦିଗନ୍ତ ମାମଲାର ତଦନ୍ତ କରିଥିଲା। ସଂସ୍ଥାର ଅଧ୍ୟକ୍ଷ ଅଞ୍ଜନ ବଳିଆରସିଂ ଓ ନିର୍ଦେଶକ ପ୍ରଦୀପ ପଟ୍ଟନାୟକକୁ ଗିରଫ କରିଥିଲା। ତଦନ୍ତ ପରେ ଏହି ଠକେଇରେ ଶ୍ରୀ ହାଂସଦାଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ଜାଣିବାକୁ ପାଇଥିଲା। ୨୦୧୪ ଜୁଲାଇ ୩୧ ତାରିଖର ଶ୍ରୀ ହାଂସଦାଙ୍କ ମୟୂରଭଞ୍ଜ ସ୍ଥିତ ଘରେ ଚଢ଼ଉ କରି ୨୮ ଲକ୍ଷ ଟଙ୍କା ଜବତ କରିଥିଲା। ପରେ ଶ୍ରୀ ହାଂସଦାଙ୍କୁ ସିବିଆଇ ଗିରଫ କରିଥିଲା। ତାଙ୍କର ଏହି ଅର୍ଥ କାରବାରକୁ ନେଇ ଇଡି ଖୋଳତାଡ କରିବା ପାଇଁ ଉପରୋକ୍ତ ମାମଲା କରିଥିବା ଜଣାପଡିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories