www.samajalive.in
Sunday, December 14, 2025
14.1 C
Bhubaneswar

ଗୋଟିଏ ଗ୍ଲାସ ଉଷୁମ ପାଣି ଦେବ ବହୁ ରୋଗରୁ ମୁକ୍ତି

କୁହାଯାଏ ଯେ ବ୍ୟକ୍ତି ଶରୀରରେ ୭୦ ପ୍ରତିଶତ ଜଳ ରହିଥାଏ ଓ ଶରୀରରେ ଜଳର ପରିମାଣ ହ୍ରାସ ହେଲେ ବିଭିନ୍ନ ସମସ୍ୟା ଉପୁଜି ଥାଏ। ତେବେ ଏହାତ ଆମେ ଜାଣନ୍ତି ଯେ ଦୈନିକ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକୀୟ ହେଲେ କ’ଣ ଆପଣ ଜାଣନ୍ତି, କେବଳ ସାଧାରଣ ପାଣି ନୁହେଁ ପ୍ରତିଦନ ଉଷୁମ ପାଣି ପିଇବା ମଧ୍ୟ ଆମ ଶରୀର ପାଇଁ ଖୁବ୍‍ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ବିଭିନ୍ନ ରୋଗ ଦୂର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପ୍ରତିଦିନ ଉଷୁମ ପାଣି ପିଇବାର ଉପକାରିତା ବିଷୟରେ –

– ପ୍ରତିଦିନ ଉଷୁମ ପାଣି ପିଇବା ଦ୍ୱାରା ଶରୀରର ବିପାକ ବା ହଜମ କ୍ରିୟା ଓ ରୋଗ ପ୍ରତିରୋଧକ ଶକ୍ତି ଠିକ୍‍ ରହିଥାଏ।
– ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ।
– ମୋଟାପଣ ଦୂରେଇବା ପାଇଁ ସକାଳୁ ଗୋଟିଏ ଗ୍ଲାସ୍‍ ଉଷୁମ ପାଣି ନିୟମିତ ପିଅନ୍ତୁ।
– ଯଦି ଆପଣ ଅଧିକାଂଶ ସମୟ କ୍ଳାନ୍ତି ଅନୁଭବ କରୁଥାଆନ୍ତି, ତେବେ ପ୍ରତ୍ୟେକ ଦିନ ସକାଳୁ ଗୋଟିଏ ଗ୍ଲାସ୍ ଗରମପାଣି ପିଇବା ନିହାତି ଆବଶ୍ୟକ। କାରଣ ଗରମ ପାଣିର ସେବନ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ।
– ଦୈନିକ ସକାଳୁ ଗୋଟିଏ ଗ୍ଲାସ୍‍ ଉଷୁମ ପାଣି ପିଇବା ଦ୍ୱାରା ଶରୀରର ସୁନ୍ଦରତା ମଧ୍ୟ ବୃଦ୍ଧି ପାଇଥାଏ। କାରଣ ଏହା ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ। ଯାହା ଫଳରେ ତ୍ୱଚାରେ ଚମକ ଆସିଥାଏ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories