www.samajalive.in
Saturday, December 6, 2025
15.1 C
Bhubaneswar

ଦୁଇ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ପିଟି ପିଟି ମାରିଦେଲେ ଲୋକେ, ବନ୍ଧୁକ ଓ ଗୁଳି ଜବତ

ଗୁଆହାଟି : ଆସାମର କାଚାର ଜିଲା ଜୋୟପୁର ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଜାତୀୟ ସମାଜବାଦୀ ନାଗାଲାଣ୍ଡ ପରିଷଦ (ଖାପଲାଙ୍ଗ)ର ଦୁଇ ଜଣ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ଲୋକେ ପିଟି ପିଟି ହତ୍ୟା କରିଛନ୍ତି। ସେମାନଙ୍କ ନିକଟରୁ ଦୁଇଟି ଏକ୫୬ ରାଇଫଲ, ୨ଟି ଇନସାସ ରାଇଫଲ, ଗୋଟିଏ ଚୀନ ଲାଇଟ ମେସିନ୍‍ ଗନ, ଗୋଟି ଚୀନ ହ୍ୟାଣ୍ଡ ଗ୍ରେନେଡ଼, ୧୨ଟି ବୋର ଗନ ଏବଂ ଅନେକ ଜୀବନ୍ତ ଗୁଳି ଜବତ କରାଯାଇଛି।
ସୂଚନା ଅନୁଯାୟୀ ଆସାମ-ମଣିପୁର ସୀମା ସଲଗ୍ନ ଜୋୟପୁର ଥାନା ଅଧୀନ ଏକ ବଜାରରେ ଶନିବାର ସକାଳେ ଏହି ଘଟଣା ଘଟିଛି। ସକାଳ ପ୍ରାୟ ସାଢେ ୧୧ଟା ବେଳେ ଦୁଇ ସନ୍ଦିଗ୍ଧ ଉଗ୍ରବାଦୀ ଲୋକଙ୍କୁ ରାସ୍ତା ପଚାରିଥିଲେ। ସନ୍ଦିଗ୍ଧ ଗତିବିଧିକୁ ଲକ୍ଷ୍ୟ କରି ଲୋକେ ତାଙ୍କୁ ଅଟକାଇ ପଚରା ଉଚୁରା କରିବାରୁ ସେମାନେ ଲୋକଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକଙ୍କୁ ମାରିବାକୁ ଆସିଥିବା ସନ୍ଦେହରେ ଲୋକେ ଉଭୟ ଉଗ୍ରବାଦୀଙ୍କୁ ପିଟି ପିଟି ହତ୍ୟା କରିଥିଲେ ବୋଲି ପୁଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶଯୋଗ୍ୟ ଯେ ଉଲ୍‍ଫା ଉଗ୍ରପନ୍ଥୀମାନେ ଗୁରୁବାର ଆସାମର ତିନ୍‍ସୁକିଆ ଜିଲା ଅନ୍ତର୍ଗତ ସାଦିଆ ନିକଟ ବିଷ୍ଣୋଇମୁଖଠାରେ ୫ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ରହିଛି। ଲୋକେ ସନ୍ଦିଗ୍ଧଙ୍କୁ ଦେଖିଲେ ମାରି ପକାଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories