ଜିସାଟ୍‌-୬ଏର ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ

0

ଚେନ୍ନଇ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଯୋଗାଯୋଗ ଉପଗ୍ରହ ଜିସାଟ୍‌-୬ଏର ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଛି। ବୁଧବାର ଅପରାହ୍ଣ ୧ଟା ୫୬ମିନିଟ୍‌ରୁ ୨୭ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଛି। ଗୁରୁବାର ଅପରାହ୍ଣ ୪ଟା ୫୬ମିନିଟ୍‌ରେ ଏହି ଉପଗ୍ରହକୁ ଉତ୍‌କ୍ଷେପଣ କରାଯିବ। ଜିଏସଏଲଭି ଏମ୍‌କେ ୨ ରକେଟ୍‌ ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯିବ। ଜିସାଟ୍‌-୬ଏ ଉପଗ୍ରହର ଓଜନ ୨୧୪୦ କିଲେ। ଏହା ଉଚ୍ଚ ଶକ୍ତିସମ୍ପନ୍ନ ଏସ-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ। ଏହା ପୂର୍ବରୁ ଇସ୍ରୋ ପ୍ରେରଣ କରିଥିବା ଜିସାଟ୍‌-୬ ଉପଗ୍ରହର ଏହା ଅନୁରୂପ। ଏହି ଉପଗ୍ରହର ମହାକାଶରେ ୧୦ବର୍ଷ ପାଇଁ କାର୍ଯ୍ୟ କରିବ।

Leave A Reply