www.samajalive.in
Monday, December 15, 2025
17.1 C
Bhubaneswar

ଚୀନ୍‌କୁ ଟପିଲା ଭାରତ; ଏବେ ୧ନଂ ଜନବହୁଳ ଦେଶ

ନୂଆଦିଲ୍ଲୀ: ଚୀନ୍‌କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ପାଲଟିଛି ଭାରତ। ଜାତିସଂଘ ତଥ୍ୟ ଅନୁଯାୟୀ, ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇଛି। ଅପରପକ୍ଷେ, ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି।

ବୁଧବାର ସକାଳେ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ, ଚଳିତ ବର୍ଷ ମଧ୍ୟଭାଗରେ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ପାଲଟିବ। ଏଥିସହ ମିଳିତ ଜାତିସଂଘ ଦ୍ବାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ, ଚୀନ୍‌ଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସହ ଭାରତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ପରିଣତ ହେବ।

- Advertisement -

ୟୁନାଇଟେଡ୍‌ ନେସନ୍ସ ପପୁଲେସନ୍‌ ଫଣ୍ଡ୍‌(ୟୁଏନଏଫପିଏ)ର ଷ୍ଟେଟ୍ ଅଫ୍ ୱାର୍ଲ୍ଡ ପପୁଲେସନ ରିପୋର୍ଟ, ୨୦୨୩ରେ ଉଲ୍ଲେଖ ଅଛି ଯେ, ଚୀନର ଜନସଂଖ୍ୟା ୧୪୨.୫୭ କୋଟି ଥିବା ବେଳେ ଭାରତର ଜନସଂଖ୍ୟା ୧୪୨.୮୬ କୋଟି। ଅପରପକ୍ଷେ, ୩୪ କୋଟି ଜନସଂଖ୍ୟା ସହ ଆମେରିକା ତୃତୀୟ ସ୍ଥାନରେ ଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।

ଭାରତ ଜନସଂଖ୍ୟାର ୨୫% ହେଉଛନ୍ତି ୦-୧୪ ବୟସ ବର୍ଗର, ୧୮% ହେଉଛନ୍ତି ୧୦-୧୯ ବୟସ ବର୍ଗର, ୨୬% ହେଉଛନ୍ତି ୧୦-୨୪ ବୟସ ବର୍ଗର, ୬୮% ହେଉଛନ୍ତି ୧୫-୬୪ ବୟସ ବର୍ଗର ଏବଂ ୭% ହେଉଛନ୍ତି ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗର। ଏଥି ସହିତ ବିଭିନ୍ନ ଏଜେନ୍ସିଗୁଡିକର ଆକଳନରୁ ଜଣାପଡିଛି ଯେ, ପ୍ରାୟ ତିନି ଦଶନ୍ଧି ପର୍ଯ୍ୟନ୍ତ ଭାରତର ଜନସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହାଦ୍ବାରା ଜନସଂଖ୍ୟା ୧୬୫ କୋଟି ଛୁଇଁପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories