www.samajalive.in
Saturday, December 6, 2025
14.1 C
Bhubaneswar

ଦିନିକିଆ ଲାଞ୍ଜିଗଡ଼ ଗସ୍ତରେ ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ

ଲାଞ୍ଜିଗଡ: ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ବୁଧବାର ଦିନିକିଆ ଲାଞ୍ଜିଗଡ଼ ଗସ୍ତ କରିଛନ୍ତି। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସ୍ୱତନ୍ତ୍ର ପ୍ରକଳ୍ପ ଦ୍ବାରା ଚାଲିଥିବା କାନକୁଟ୍ରୁ ପଞ୍ଚାୟତର ବାରଗୁଡାର ଆବାସନଗର, ଲାଞ୍ଜି ପଞ୍ଚାୟତ ନଙ୍ଗଲବାହାଲିର ବିକାଶ ନଗର, ଚମ୍ପାଦେଇପୁର ପଞ୍ଚାୟତର ସାପୁଲକୁଚା ଅମୃତ ସରୋବର ଓ ସେଠାରେ ଲାଞ୍ଜିଗଡ ବ୍ଲକର ମନରେଗାରେ ତିନିଶହ ଦିନରୁ ଅଧିକା କାର୍ଯ୍ୟ କରିଥିବା ୨୬ ଜଣ ଶ୍ରମିକଙ୍କୁ ଶ୍ରୀ ଡାକୁଆ ସମ୍ବର୍ଦ୍ଧିତ କରିଛନ୍ତି। ୫-ଟିରେ ଅନ୍ତର୍ଭୁକ୍ତ ହୋଇ ରୂପାନ୍ତିକରଣ ହେଉଥିବା ଜୋଡାବନ୍ଧର ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟକୁ ସେ ସମୀକ୍ଷା କରିଛନ୍ତି। ଏହାପରେ ଲାଞ୍ଜିଗଡ଼ ପଞ୍ଚାୟତର ସାପ୍ତାହିକ ବଜାର ପ୍ରାଙ୍ଗଣରେ ଚାଲିଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ଉନ୍ନୟନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚିନ ପାଵ୍ଆର, ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ସାଲାଖୁ ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ସ୍ମିତା ବିଶ୍ଵାଳ, ମନରେଗା ଜିଲ୍ଲା କୋଡିନେଟର ପାର୍ବତୀ ପଟ୍ଟନାୟକ, ଏପିଇଓ ସଂଜୀବ କୁମାର ପରିଡା, ପିଇଓ ପ୍ରମୋଦ ସାହୁ, ଚମ୍ପାଦଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories