www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଚଣ୍ଡ ତାତିରେ ପାଠପଢ଼ା; ଖରାକୁ ଡରି ସ୍କୁଲ ଯାଉନାହାନ୍ତି ଦୂର ଗାଁ ପିଲା

ହରଭଙ୍ଗା: ଡହ ଡହ ଖରାରେ ଘରୁ ବାହାରି ହେଉନାହିଁ। ତାତି ସାଙ୍ଗକୁ ଗରମ ଗୁଳୁଗୁଳିରେ ଜନଜୀବନ ଆଉଟୁପାଉଟୁ ହେଉଛି। ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ସାରା ଓଡ଼ିଶା ସିଜୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡିକ ୪ଦିନ ବନ୍ଦ କରିଥିଲେ। ପୁନର୍ବାର ୧୬ତାରିଖରୁ ସକାଳ ୬.୩୦ରୁ ୧୧ଟା ପର୍ଯ୍ୟନ୍ତ ସ୍କୁଲଗୁଡିକ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ଜିଲ୍ଲାର ଜିଲ୍ଲାପାଳ ଖରା, ଗରମକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ବୋଲି କହିଥିଲେ। ବୌଦ୍ଧ ଭଳି ଉତ୍ତପ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ଦିନ ୯ଟାରୁ ୧୦ଟା ବେଳକୁ ଖରାର ପ୍ରକୋପ ଏତେ ବୃଦ୍ଧି ପାଉଛି ତାକୁ ସମ୍ଭାଳିବା ମୁସ୍କିଲ ହୋଇପଡୁଛି। ପୁଣି ଏଭଳି ଟାଣ ଖରାରେ ପ୍ରାଥମିକଠାରୁ ଆରମ୍ଭ କରି ହାଇସ୍କୁଲ ପିଲାମାନଙ୍କ ଦିନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଭାବକମାନଙ୍କ କହିବା ଅନୁଯାୟୀ, ଅଧିକାଂଶ ପିଲା ୨/୩କିଲୋମିଟର ଦୂରରୁ ମଧ୍ୟ ସ୍କୁଲ ଆସୁଛନ୍ତି। ୧୧ଟାରେ ସ୍କୁଲ ଛୁଟିହେଲେ ପିଲାଙ୍କୁ ଘରେ ପହଞ୍ଚିଲା ବେଳକୁ ୧୨ଟା ବାଜୁଛି। ଏମିତିକି ହରଭଙ୍ଗା ପଂଚାୟତ କୋଡାଶିଙ୍ଗା ଗ୍ରାମର ପିଲାମାନେ କୋଡାଶିଙ୍ଗାରୁ ପାଖାପାଖି ୩ କିଲୋମିଟର ଚାଲି ଚାଲି ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ଜାମଝୋଲିଠାରେ ଥିବା କୋଡାଶିଙ୍ଗା ପ୍ରାଥମିକ ବିଦ୍ୟାଳୟକୁ ପାଠପଢ଼ିବା ପାଇଁ ଆସୁଛନ୍ତି। ସ୍କୁଲ ଛୁଟି ପରେ ଛୋଟ ଛୋଟ ପିଲାମାନେ ଖରାରେ ୩ କିଲୋମିଟର ଚାଲି ଚାଲି ଘରକୁ ଫେରୁଥିବାବେଳେ ପାଖାପାଖି ୧୨ଟା ବାଜୁଛି। ସେତେବେଳକୁ ଖରାର ପ୍ରକୋପ ୩୭/୩୮ଡିଗ୍ରୀ ପାଖାପାଖି ରହୁଥିବାରୁ ପିଲା ଅଂଶୁଘାତର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଖରା/ଗରମକୁ ଦୃଷ୍ଟିରେ ରଖି ସ୍କୁଲ ପାଠପଢ଼ା ସମୟରେ ପରିବର୍ତନ ଦିଗରେ ବୌଦ୍ଧ ଜିଲ୍ଲାପାଳ ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦୃଢୋକ୍ତି ପ୍ରକାଶ ପାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories