ହରଭଙ୍ଗା: ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ମଙ୍ଗଳବାର ହରଭଙ୍ଗା ବ୍ଲକର ବଡ଼ବନ୍ଧ ଏବଂ ଛତ୍ରଙ୍ଗ ଦୁଇ ୫-ଟି ହାଇସ୍କୁଲ ନିର୍ମାଣକାର୍ଯ୍ୟ ପରିଦର୍ଶନ କରିଥିବା ଜଣାପଡ଼ିଛି। ପରିଦର୍ଶନ ସମୟରେ ଶ୍ରେଣୀଗୃହଗୁଡିକରେ ପଡ଼ିଥିବା ନିମ୍ନମାନର ଟାଇଲକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଉନ୍ନତମାନର ଟାଇଲ ଲଗାଇବା ସହ ସଠିକ ଭାବରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର, କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରାଙ୍କ ସହିତ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
Popular Categories



