Patra electronics

ରାଜଧାନୀରେ ହେବ ତିନୋଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର – ରାଜଧାନୀରେ ଆହୁରି ତିନୋଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରାଜଧାନୀରେ ପରିସର ଏବଂ ଲୋକସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ମଞ୍ଚେଶ୍ୱର, ତମାଣ୍ଡୋ ଏବଂ ପାହାଳରେ ଏହି ତିନୋଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ମୋଟ ୪୫ଟି ପଦବୀ ସୃଷ୍ଟିକରାଯାଇଛି । ଏଥିରେ ୧୫ ଜଣ ଲେଖାଏଁ କର୍ମଚାରୀ ରହିବେ । ଜଣେ ଷ୍ଟେସନ ଅଧିକାରୀଙ୍କ ସହ ଫାୟାରମ୍ୟାନ, ଡ୍ରାଇଭର ମିଶାଇ ମୋଟ୍‌ ୧୫ ଜଣ କର୍ମଚାରୀ ରହିବେ ।

Comments are closed.