www.samajalive.in
Monday, December 15, 2025
14.1 C
Bhubaneswar

ଫୁଲବାଣୀରେ ବାବା ସାହେବ ଡ.ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ

ଫୁଲବାଣୀ: ଭାରତ ବର୍ଷର ସମ୍ବିଧାନ ପ୍ରଣେତା, ସର୍ବ ଶ୍ରେଷ୍ଠ ଆଇନଜ୍ଞ, ବିଶ୍ୱର ଭାଷାବିତ ଡ.ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ସ୍ଥାନୀୟ ଫୁଲବାଣୀ ସାହିସ୍ଥିତ ଆମ୍ବେଦକର ଛକ ଠାରେ ପାଳିତ ହୋଇଥିଲା। ସର୍ବ ପ୍ରଥମେ ବାବା ସାହେବ ଭୀମ ରାଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଉପସ୍ଥିତ ଅତିଥିମାନେ ବାବା ସାହେବଙ୍କ ଆଦର୍ଶ ଆଚରଣ ଓ ସମ୍ବିଧାନ ପ୍ରଣୟନ ଉପରେ ବକ୍ତବ୍ୟ ରଖିଥିଲେ।

ଅଲ ଇଣ୍ଡିଆ ଏସସି ଫେଡ଼ରେସନର ଆନୁକୁଲ୍ୟରେ ଜାଗ୍ରତ୍ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜିବୀ ତଥା ରୋଟାରୀ କ୍ଲବ ସଭାପତି ହରିଶ୍ଚନ୍ଦ୍ର ମହାରଣା,ଏସସି ଫେଡରେସନର ସଭାପତି ଡ. ସୋମନାଥ ବାଘ ଏବଂ ଫୁଲବାଣୀ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମଞ୍ଚଳରେ ଭୀମରାଓଙ୍କ ବହୁମୁଖୀ ପ୍ରତିଭା ଏବଂ ତାଙ୍କର ଆଦର୍ଶ ଆଚରଣ ବିଧି ଜନ ସାମାଜରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ।

- Advertisement -

ବରିଷ୍ଠ ସାମ୍ବାଦିକ ତଥା ଜିଲା ପ୍ରେସକ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର, ବିଜୟ କୁମାର ମହାନ୍ତି, ଜିଲା ମିଡିଆ ଫୋରମ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଶ୍ରମିକ ନେତା ଘନ କୁମାର ଶବର, ପୂର୍ବତନ କାଉନସିଲର ଶିବ ସାହାଣୀ, ଦିବାକର ଦିଗାଲ, ଜାଗ୍ରତ କନ୍ଧମାଳର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବୈଦ୍ୟନାଥ ନାୟକ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ।

କଂଗ୍ରେସ ଦଳ ପକ୍ଷରୁ ଶିବ ଶଙ୍କର ବେହେରାଙ୍କ ନେତୃତ୍ବରେ ସଂସାର ଭୋଇ, ଯୁବ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ସମେତ ବିଭିନ୍ନ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଭୀମରାଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories