www.samajalive.in
Monday, December 15, 2025
15.1 C
Bhubaneswar

କାମକରୁନି ଟାଟା ସୌର ଜଳ ପ୍ରକଳ୍ପ; ପାଣି ପାଇଁ ତିନୋଟି ସାହି ଲୋକେ ହନ୍ତସନ୍ତ

ହରଭଙ୍ଗା: ଦିନକୁ ଦିନ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି। କୂଅ, ନଳକୂପ, ପୋଖରୀ, ନଦୀ, ନାଳ ଭଳି ଜଳାଶୟ ଉତ୍ସଗୁଡିକରୁ ଜଳପତନ ହ୍ରାସ ଯୋଗୁଁ ପ୍ରାୟତଃ ସବୁ ସ୍ଥାନରେ ପିଇବା ପାଣି ସମସ୍ୟା ମୁଣ୍ଡ ଟେକିଛି। ସରକାର ଲୋକଙ୍କୁ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇବା ପାଇଁ ମାଳ ମାଳ ପ୍ରକଳ୍ପ ନିର୍ମାଣ କରିବା ସତ୍ତ୍ବେ ସେଗୁଡିକ ଖରାମାସର ନିଅଣ୍ଟିଆ ସମୟରେ ବହୁସ୍ଥାନରେ କାମକରୁ ନ ଥିବାରୁ ପିଇବା ପାଣି ସମସ୍ୟା ଯଥା ପୂର୍ବମ୍‌ ତଥା ପରମ୍‌ ସ୍ଥିତିରେ ରହିଛି। କିଛି ଏଭଳି ସମସ୍ୟା ଦେଖାଦେଇଛି ହରଭଙ୍ଗା ବ୍ଲକରେ।

ପ୍ରକାଶ ଯେ, ବ୍ଲକର ଆଦିବାସୀ/ଦଳିତ ବର୍ଗର ପଂଚାୟତ ଭାବେ ଜଣାଶୁଣା ଛତ୍ରଙ୍ଗ ପଂଚାୟତର ୧୩ନଂ ଓ୍ବାର୍ଡ ଅନ୍ତର୍ଗତ ବଡଗଣ୍ଡୁୁରି ସାହିର ମଲ୍ଲିକ ସାହି, ହରିଜନସାହି ଏବଂ କୋଲୋନୀ ସାହି ଲୋକଙ୍କ ପିଇବା ପାଣି ସୁବିଧା ନିମନ୍ତେ ତିନି ବସ୍ତିରେ ତିନୋଟି ଟାଟା ସୌର ଜଳ ଯୋଗାଣ ପ୍ରକଳ୍ପ ରହିଛି। ଏଥିରୁ ମଲ୍ଲିକ ସାହି, କୋଲନୀ ସାହି, ଝାରଖମଣ ସାହି ଭଳି ତିନୋଟି ସାହିର ଟାଟା ସୌର ପ୍ରକଳ୍ପ ଦୀର୍ଘ ଛଅମାସ ହେଲା ଅଚଳ ହୋଇପଡ଼ିବାରୁ ଦୁଇ ବସ୍ତିର ଦୁଇଶହରୁ ତିନଶହ ଲୋକେ ପିଇବା ପାଣି ଟୋପାଏ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ବସ୍ତିର ଭାର୍ଜନ ନାଏକ, ବିଶ୍ୱାମିତ୍ର ବେହେରା, ନିମାଁଇ ପାତ୍ର, ସୁଜନ ବେହେରା, ଅର୍ଜ୍ଜୁନ ନାଏକ, ଲଳିତ ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଦାବୀ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories