www.samajalive.in
Monday, December 15, 2025
15.1 C
Bhubaneswar

ତୁରେକେଲାରେ ଶିକ୍ଷକ ପ୍ରଶିକ୍ଷଣ ଶିବିର

କଣ୍ଟାବାଞ୍ଜି : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତୁରେକେଲା ଠାରେ ଚାରି ଦିବସୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (ପ୍ରାରମ୍ଭ) ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚାରି ଦିବସୀୟ  ତାଲିମ ଶିବିର ବ୍ଲକ୍ ଶିକ୍ଷା ଅଧିକାରୀ ତୁରେକେଲାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଇ ଥିଲା। ଉକ୍ତ ତାଲିମ୍ ଶିବିରରେ ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରୁ ୫୦ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ତାଲିମ୍ ନେବା ପାଇ ଆସିଥିଲେ। ଶିବରରେ  ଦିନେଶ ମହାନନ୍ଦ, ଅନୁପ ଦାସ, ରୋହିତେଶ୍ଵ ନାଗ ଓ କୁମାରୀ ସୁଭଦିପ୍ତା ଦାସ ପ୍ରଶିକ୍ଷଣ ଦେଇ ଥିଲେ । ବିଭିନ୍ନ ଧାରଣା ବା କୌଶଳ ଅବଲମ୍ବନ କରି କିପରି ଶିକ୍ଷକ-ଶିକ୍ଷୟତ୍ରୀ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ଭାଷା ଓ ଗଣିତରେ ଶିକ୍ଷା ପ୍ରଦାନ କରି ପାରିବେ ସେ ବିଷୟ ବିଷଦ  ଭାବେ ଆଲୋଚନା ହୋଇଥିଲା। ଗଣିତ କଳିକା ଆନ୍ଦୋଳନ କିଟ୍ ବିଷୟରେ ଆଲୋଚନା କରି ପିଲା କିପରି ଗଣିତ ଶିକ୍ଷଣରେ କୃତ କାର୍ଯ୍ୟ ହେବେ ସେଥିପ୍ରତି ଆଲୋକପାତ କରା ଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories