www.samajalive.in
Sunday, December 14, 2025
16.1 C
Bhubaneswar

ଡଙ୍ଗା ବୁଡ଼ି ଜଣେ ମୃତ, ତିନି ନିଖୋଜ

ସୁନାବେଡ଼ା : ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତର ପୋଡ଼ାଗଡ଼ ଘାଟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ଣରେ ଏକ ଦେଶୀଡଙ୍ଗା ବୁଡ଼ିଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଏବଂ ୩ଜଣ ନିଖୋଜ ଥିବା ଜଣାପଡ଼ିଛି। ରାଜପୁଟ ପଞ୍ଚାୟତର ମୁଖିବିଡ଼େଇ ଗ୍ରାମର ସାବିତ୍ରୀ କୀର୍ସାନି, ରାମା କୀର୍ସାନି, ବବିତା ହନ୍ତାଳ,ବବିତା ଯାନୀ, ନୀଳା ନାୟକ ଏବଂ ଲମତାପୁଟ ବ୍ଲକ ଉମ୍ବେଲ ଗ୍ରାମର କମୁ ବାଲଡ଼ି,ପୂର୍ଣ୍ଣ ମୁଦୁଲି ଓ କୋରାପୁଟ ବ୍ଲକ ସୁକୁ ପଞ୍ଚାୟତ ପରଜାମୁଣ୍ଡାର ମଦନ ଖାଲପାଡ଼ିଆ ପ୍ରମୁଖ ପୋଡ଼ାଗଡ଼ ଘାଟରୁ ଦେଶୀଡଙ୍ଗାରେ ତେନ୍ତୁଳିପଡା ଗ୍ରାମକୁ ଯାଇଥିଲେ । ସେମାନେ ଚଇତି ପରବ ପାଇଁ କୁଣିଆ ଘରକୁ ଯାଇଥିଲେ। ପୁଣି ତେନ୍ତୁଳିପଡ଼ା ଘାଟରୁ ପୁନଶ୍ଚ ଦେଶୀଡଙ୍ଗାରେ ବସି ପୋଡ଼ାଗଡ଼ ଘାଟକୁ ଫେରୁଥିବାବେଳେ ନଦୀ ମଝିରେ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

- Advertisement -

ଏହି ଘଟଣାରେ ମୁଖିବିଡ଼େଇ ଗ୍ରାମର ବବିତା ଯାନୀ, ନୀଳା ନାୟକ,ପରଜାମୁଣ୍ଡାର ମଦନ ଖାଲପାଡ଼ିଆ ଓ ଉମ୍ବେଲ ଗ୍ରାମର ପୂର୍ଣ୍ଣ ମୁଦୁଲି କୌଣସି ମତେ ଘାଟରେ ପହଞ୍ଚି ଯାଇ ଜୀବନ ରକ୍ଷା କରିଥିବା ଜଣାପଡ଼ିଛି। ସାବିତ୍ରୀ କୀର୍ସାନି, ରାମା କୀର୍ସାନି ଏବଂ ଉମ୍ବେଲ ଗ୍ରାମର କମୁ ବାଲଡି ନିଖୋଜ ଥିବାବେଳେ ସବିତା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମିଳିଗୁଡା ଓ ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ତିନିଜଣଙ୍କୁ ଖୋଜି ବାହାର କରିବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି। ଘଟଣାସ୍ଥଳରେ ପାଟାଙ୍ଗି ବିଧାୟକ ପିତମ ପାଢୀ, ସେମିଳିଗୁଡ଼ା ତହସିଲଦାର ଜ୍ୟୋତିରାଣୀ ରଥ, ରାଜପୁଟ ପଞ୍ଚାୟତ ସରପଞ୍ଚ ପିତାମ୍ବର କୀର୍ସାନି, ସେମିଳିଗୁଡା ଥାନାଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories