www.samajalive.in
Sunday, December 14, 2025
26.1 C
Bhubaneswar

ସାମ୍ନାକୁ ଆସିଲା ଶାହିଦ କପୁରଙ୍କ ‘ବ୍ଲଡି ଡାଡି’ର ଟିଜର୍‌; ଜାଣନ୍ତୁ ମୁକ୍ତିଲାଭ ତାରିଖ

ମୁମ୍ବାଇ: ଶାହିଦ କପୁର କିଛି ଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ର ଘୋଷଣା କରିଥିଲେ। ଏଥିସହ ଏହି ଆକ୍ସନ ଫିଲ୍ମରୁ ନିଜ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର କରି ପ୍ରଶଂସକଙ୍କ ଉତ୍କଣ୍ଠା ବଢାଇ ଦେଇଥିଲେ। ଏବେ ଦର୍ଶକଙ୍କୁ ବଡ଼ ଉପହାର ସ୍ବରୂପ ଫିଲ୍ମର ଟିଜର୍‌ ଭେଟି ଦେଇଛନ୍ତି ଅଭିନେତା। ଏଥିରେ ଶାହିଦଙ୍କ ଜବରଦସ୍ତ ଅନ୍ଦାଜ୍‌ ଦେଖିବାକୁ ମିଳିଛି।


ଶାହିଦ ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ‘ବ୍ଲଡି ଡାଡି’ର ଟିଜର୍ ପୋଷ୍ଟ କରିଛନ୍ତି। ଏଥିରେ ଅଭିନେତାଙ୍କ ଆକର୍ଷଣୀୟ ଆକ୍ସନ ଅବତାର ଦେଖିବାକୁ ମିଳିଛି। ଶାହିଦ ଟିଜରରେ ମାଫିଆ ଭୂମିକାରେ ନଜର ଆସିଛନ୍ତି। ଏଥିରେ ସଞ୍ଜୟ କପୁରଙ୍କ ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି। ଟିଜର ସହ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ‘ବ୍ଲଡି ଡାଡି’ ଏକ ଡାଇରେକ୍ଟ-ଟୁ-ଷ୍ଟ୍ରିମିଙ୍ଗ୍‌ ଚଳଚ୍ଚିତ୍ର, ଯାହା ଜୁନ୍‌ ୯ରେ ଜିଓ ସିନେମାରେ ରିଲିଜ୍‌ ହେବ। ଅଲୀ ଅବାସ ଜଫରଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ୨୦୧୧ରେ ମୁକ୍ତିଲାଭ କରିଥିବା ଫରାସୀ ଫିଲ୍ମ ‘ନିଟ୍‌ ବ୍ଲେଞ୍ଚ୍‌’ର ହିନ୍ଦୀ ରିମେକ୍‌।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories