ଲଳିତ ମୋଦୀଙ୍କୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ଭାରତୀୟ ନ୍ୟାୟପାଳିକା ଉପରେ ମନ୍ତବ୍ୟ

ନୂଆଦିଲ୍ଲୀ : ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦୀଙ୍କୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ନ୍ୟାୟ ପାଳିକା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ୍‌‌ ଏମ୍‌‌.ଆର୍‌‌. ଶାହା ଓ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରତି ସତ୍ୟପାଠକୁ  ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲଳିତ ମୋଦୀ ଆଇନଠାରୁ ଊର୍ଦ୍ଧ୍ଵରେ ନୁହଁନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । କ୍ଷମା ପ୍ରାର୍ଥନା କରି କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସାମାଜିକ ଗଣମାଧ୍ୟମ ଓ ବଡ଼ବଡ଼ ସମ୍ବାଦପତ୍ରରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ  ଲଳିତ ମୋଦୀଙ୍କୁ କୋର୍ଟ  କହିଛନ୍ତି ।

Comments are closed.