ଭାରତରେ ଜେଲ୍‌ ଯିବା ଅପେକ୍ଷା ନିୟମ ମାନିବା ଭଲ ବୋଲି କହିଲେ ଟ୍ୱିଟରର ମାଲିକ ଏଲେନ୍‌ ମସ୍କ

ନୂଆଦିଲ୍ଲୀ – ଟ୍ୱିଟର  ଭାରତୀୟ ଆଇନ ବ୍ୟବସ୍ଥା ଅନୁସାରେ କାର୍ଯ୍ୟକରୁଛି । ଭାରତୀୟ ଆଇନ ବ୍ୟବସ୍ଥା ଏବଂ ନିୟମ ଅନୁସାରେ କାର୍ଯ୍ୟ କରିବା ଭଲ ବୋଲି ଏହାର ମାଲିକ ଏଲନ୍‌ ମସ୍କ କହିଛନ୍ତି । ଟ୍ୱିଟର କର୍ମଚାରୀମାନଙ୍କୁ ଜେଲ୍‌ ପଠାଇବା ଅପେକ୍ଷା ଭାରତରେ ନିୟମ ପାଳନ କରିବା ଭଲ ବୋଲି ଏଲନ ମସ୍କ ପ୍ରତିକ୍ରିୟା ରଖିଛନ୍ତି ।

prayash

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନିର୍ମିତ ବିବିସିର ପ୍ରାମାଣିକ ଚିତ୍ରକୁ ଟ୍ୱିଟରରେ ନିଷେଦ୍ଧ କରିବା ବିଷୟରେ ସେ ପ୍ରତିକ୍ରିୟା ରଖିଥିଲେ । ଟ୍ୱିଟର ଭାରତୀୟ ନିୟମ ଅନୁସାରେ କାର୍ଯ୍ୟକରିବ ବୋଲି ସେ କହିଛନ୍ତି । ଭାରତରେ ସାମାଜିକ ଗଣମାଧ୍ୟମ ନିୟମ ବେଶ୍‌ କଠୋର । ଯଦି ଆମକୁ କର୍ମଚାରୀଙ୍କୁ ଜେଲ୍‌ ପଠାଇବା କି ନିୟମ ପାଳନ କରିବା ବିକଳ୍ପରୁ ଗୋଟିଏ ବାଛିବାକୁ କୁହାଯିବ ତେବେ ଆମେ ନିୟମ ପାଳନ କରିବା ଭଲ ବୋଲି ସେ କହିଛନ୍ତି ।

Comments are closed.