ମଙ୍ଗଳବାର ରାଶିଫଳ (୧୧.୦୪.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Apr 11, 2023 Share ମେଷ : ସୁଶୋଭିତ ବପୁଯୁକ୍ତ ହୋଇପାରନ୍ତି। ଶାନ୍ତ ଓ ନିପୁଣ ହେବେ। ମେଧାବୀ ହେବା ଆଶା କରାଯାଏ। ଜିତେନ୍ଦ୍ରିୟ ହେବେ। ବିଦ୍ବାନ୍ ଓ ଦୟାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପରଧନରେ ଧନୀ ହେବେ। ବୃଷ : ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ସଦାସର୍ବଦା ହାସ୍ୟ ସୁଖସମ୍ପନ୍ନ ହେବେ। ଯୁବତୀପ୍ରିୟ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ରାଜସମ୍ମାନ ଲାଭ କରିବେ। ମିଥୁନ : ଭୋଗାସକ୍ତ ହୋଇପାରନ୍ତି। ଧନ ଲାଭକାରୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍ ହେବେ। ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି। ବଳିଷ୍ଠ ଓ ଶତ୍ରୁଦମନକାରୀ ହେବେ। କର୍କଟ : ଗୀତିକାର ହେବେ। ନୃତ୍ୟସଙ୍ଗୀତ ପ୍ରିୟ ହେବାର ସୂଚନା ମିଳୁଛି। ଚିନ୍ତାଶୀଳ ହେବେ। ସତ୍କର୍ମରେ ନିୟୋଜିତ ହୋଇପାରନ୍ତି। ଧର୍ମ ମାର୍ଗରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ସିଂହ : ବାସଗୃହ ପ୍ରଦୂଷଣମୁକ୍ତ ରହିବ। ଯାନବାହନ ସୁଖ ମିଳିପାରେ। ଭାଗ୍ୟଶାଳୀ ହେବେ। ସମ୍ମାନିତ ହୋଇପାରନ୍ତି। ଧନଯୁକ୍ତ ହେବେ। ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେବେ। ପରୋପକାରୀ ହେବେ। ଦାନୀ ହେବେ। କନ୍ୟା : ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସରକାରଙ୍କ କୃପାରୁ ଧନସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। Related Posts ଭୁଲରେ ବି ଲୁହା କଡେଇରେ ପ୍ରସ୍ତୁତ କରନ୍ତୁ… May 17, 2024 ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍ May 17, 2024 ତୁଳା : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ। ସହିଷ୍ଣୁ ହେବେ। ଅଳ୍ପକେ ସନ୍ତୁଷ୍ଟ ହେବେ। ମନ ଖୁସି ରହିବ। ବିଛା : ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ଓ ସୁସଂଗଠିତ ଶରୀର ସମ୍ପନ୍ନ ହେବେ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଲାଭ କରିବେ। ଧନୁ : ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁ ପୋଷକ ହୋଇପାରନ୍ତି। ସ୍ତ୍ରୀ-ପୁତ୍ର ସଂଯୁକ୍ତ ହେବେ। କ୍ରୀଡ଼ା ପ୍ରେମୀ ହେବେ। ଚିତ୍ତସନ୍ତୁଷ୍ଟ ରହିବ। ସତ୍ପୁତ୍ର ଲାଭ କରିବେ। ମକର : ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ମିଳିବ। ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ଭୋଗ ବିଳାସ କରିପାରନ୍ତି। ଦାତା, ଭୋକ୍ତା, ଧନୀ ଓ ମାନୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନ ପ୍ରାପ୍ତ ହେବ। କୁମ୍ଭ : ରାଜ ତୁଲ୍ୟ ହେବେ। ଆଧିପତ୍ୟ ବିସ୍ତାର କରିପାରନ୍ତି। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ। ବାସଗୃହ ପ୍ରଦୂଷଣମୁକ୍ତ ରହିବ। ମୀନ : ଧନବାନ୍ ହେବେ। ମହିଳାମାନଙ୍କ ମନ ନେବାରେ ପାରଙ୍ଗମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ। ସୁବର୍ଣ୍ଣାଦି ପ୍ରାପ୍ତିର ସୂଚନା ମିଳୁଛି। Share FacebookTwitterWhatsApp
Comments are closed.