ବଡ଼ମ୍ବାରେ ଜିଲାପାଳଙ୍କ ଜନଶୁଣାଣି ; ୧୦୮ଟି ଅଭିଯୋଗର ତତ୍କାଳ ସମାଧାନ

ତହସିଲ କାର୍ଯ୍ୟାଳୟରେ ଅନିୟମିତତା ନେଇ ଜିଲାପାଳଙ୍କୁ ଅଭିଯୋଗ କଲେ ଆଇନଜୀବୀ

ବଡ଼ମ୍ବା : ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲାପାଳ ଡ.ଭବାନୀଶଙ୍କର ଚୟିନୀଙ୍କ ସହିତ ଜିଲାର ପ୍ରମୁଖ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଜିକୃତ ଅଭିଯୋଗ ସମୁହର ଶୁଣାଣି କରିଥିଲେ। ପଞ୍ଜିକୃତ ହୋଇଥିବା ସମସ୍ତ ୧୦୮ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ପ୍ରକାଶ।

prayash

ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା ଓକିଲସଂଘର ସଦସ୍ୟମାନେ ଜିଲାପାଳଙ୍କୁ ସାକ୍ଷାତ କରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଚାଲିଥିବା ବ୍ୟାପକ ଅନିୟମିତତା ଏବଂ ବିଶେଷକରି ଏହି କାରଣରୁ ସାଧାରଣ ଜନତା ଭୋଗୁଥିବା ଅସୁବିଧା ସମ୍ପର୍କରେ ଅଭିଯୋଗ କରିଥିଲେ। ଓକିଲସଂଘର ପୂର୍ବତନ ସଭାପତି ଆଇନଜୀବୀ କୈଳାସଚନ୍ଦ୍ର ଜେନା,ସନ୍ତୋଷ କୁମାର ବେହେରା, ଅମୀୟ ପାଣିଗ୍ରାହୀ, ପୂର୍ବତନ ସମ୍ପାଦକ ଶୈଳେନ୍ଦୁ ଭୂଷଣ ମଲ୍ଲିକ, ଆଇନଜୀବୀ ବିଷ୍ଣୁଚରଣ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଯାଇଥିବା ଆନଜୀବୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜିଲାପାଳ ଶ୍ରୀ ଚୟିନୀ ଏହି  କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ତଦନ୍ତକୁ ଆଧାରକରି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଶ୍ରୀ ଚୟିନୀ ଗଣମାଧ୍ୟମକୁ କହିଥିଲେ। ସୂଚନାଥାଉକି ତହସିଲର ଅନେକ କର୍ମଚାରୀ କଥାକଥା କେ ସାଧାରଣ ଜନତାଙ୍କଠୁ ଧରି ଓକିଲଙ୍କୁ ବିଭିନ୍ନ କାର୍ଯ୍ୟରେ ଉତ୍କୋଚ ମାଗୁଥିବା, ଜାଣିଶୁଣି ବିଭିନ୍ନ କାର୍ଯ୍ୟ ଏହି କାରଣରୁ ଫଇସଲା କରିବା ନେଇ ଅହେତୁକ ବିଳମ୍ବ କରୁଥିବା ତଥା ସାଧାରଣ ଜନତାଙ୍କଠୁ ଧରି ଆଇନଜୀବୀଙ୍କୁ ମଧ୍ୟ କର୍ମଚାରୀ ତଥା ଅଧିକାରୀ ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁନଥିବା ଅଭିଯୋଗ ହେଇଆସୁଛି । ଘଟଣାକୁ ନେଇ ବେଳକୁବେଳ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇବାରେ କିଛିଦିନ ତଳେ ଆଇନଜୀବୀମାନେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ସାକ୍ଷାତକରି ଏ ସଂକ୍ରାନ୍ତରେ ମଧ୍ୟ ଅଭିଯୋଗ କରିଥିଲେ।
ଅନୁଷ୍ଠିତ ଜନଶୁଣାଣିରେ ଦୁଇଜଣ ହିତାଧିକାରୀଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଏବଂ ଅନ୍ୟ ୨୩ଜଣ ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା ଜିଲାପାଳ ମଞ୍ଜୁର କରିଥିବା ଜଣାଯାଇଛି । ସେହିଭଳି ଶଂଖାମେରୀ ଏବଂ ଆଖପାଖ ମୌଜାର ଚାଷୀ ଏବଂ ସାମାଜିକକର୍ମୀ ଏହି ଶିବିରରେ ଯୋଗଦେଇ ପ୍ରତିବର୍ଷ ଉପୁଜୁଥିବା ବର୍ଷାଜଳ ଜନିତ ଧାନକ୍ଷେତରେ ଜଳମଗ୍ନ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଡ୍ରେେନେଜ ଏବଂ ମଧ୍ୟମ ଜଳସଚେନ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲାପାଳ ଆବଶ୍ୟକ ନିର୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକାରୀ ଯୁଗଳ କିଶୋର ବାନୋଥ, ଅତିରିକ୍ତ ଜିଲାପାଳ ଶିବ ଟୁପ୍ପୋ, ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ଅଧିକାରୀ ଅମ୍ବର କର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ଏସଡିପିଓ ବିଜୟକୁମାର ବିଶି, ବଡ଼ମ୍ବା ବିଡିଓ ରମେଶ କୁମାର ଜେନା, ତହସିଲଦାର ନୀଳକଣ୍ଠ ବେହେରା, ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳ, ମାଣିଆବନ୍ଧ ଫାଣ୍ଡି ଅଧିକାରୀ ବସନ୍ତ କୁମାର ଶତପଥୀ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁଙ୍କ ସମେତ ଜିଲା, ଉପଖଣ୍ଡ ତଥା ସ୍ଥାନୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.