କାମାକ୍ଷାନଗର: ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ବାଇକରେ ଆସି ୩ ଦୁର୍ବୁତ୍ତ ପୂର୍ବତନ ଶ୍ରମିକ ସଭ୍ୟ ଅଶ୍ବିନୀ ପରିଡ଼ାଙ୍କ ଘରକୁ ବୋମାମାଡ଼ କରିଥିବା ଅଭିଯୋଗ କରାଯାଇଛି। ୩ ଦୁର୍ବୁତ୍ତ ଅଶ୍ବିନୀଙ୍କ ଘରକୁ ବୋମାମାଡ଼ କରିବା ସହ ଗ୍ୟାରେଜରେ ଥିବା ଜିପ ଜାଳି ଦେଇଥିଲେ। ବିଳମ୍ବିତ ରାତିରେ ତୁମୁସିଂଗା ଥାନା କୋଟଗରା ଗାଁରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବୋମାମାଡ଼ରେ କେହି ମୃତାହତ ହୋଇନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।



