www.samajalive.in
Monday, December 15, 2025
15.1 C
Bhubaneswar

ବଜ୍ରାଘାତରେ ୧୧ ଆହତ, ଜଣେ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କଙ୍କଡାହାଡ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ବଜ୍ରପାତ ହୋଇଛି। ଫଳରେ ଅଞ୍ଚଳରେ ୩ ବଖରା ଘର ପୋଡ଼ିଯିବା ସହ ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ବ୍ଲକର ବାଘବସା ଗ୍ରାମରେ ବଜ୍ରାଘାତରେ ୩ ଶିଶୁ ସମେତ ୫ ଜଣ ଆହାତ ହୋଇଛନ୍ତି। ସେଥିରୁ ସୁଭଦ୍ରା ପ୍ଧାନ ଗୁରୁତର ଥିବାରୁ କାମାକ୍ଷାନଗର ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟ ୪ ଜଣ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି। ସେହିଭଳି ବ୍ଲକର କଣ୍ଟାପାଳ ପଞ୍ଚାୟତର କୁସୁମୁଣ୍ଡିଆ ଗ୍ରାମରେ ରାଜୁ ମୁଣ୍ଡାଙ୍କ ଘର ଉପରେ ବଜ୍ରପାତ ହୋଇଥିଲା। ଏଥିରେ ତାଙ୍କର ୩ ବଖରା ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ପୋଡି ଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ପୋଡିଯିବା ସହ ତାଙ୍କର ଏକ ବାଇକ ମଧ୍ୟ ପୋଡିଯାଇଛି। ତାଙ୍କ ପରିବାରର ତିନିଜଣ ଆହତ ହୋଇଛନ୍ତି। ସେହି କୁସୁମୁଣ୍ଡିଆ ଗ୍ରାମରେ ଅନ୍ୟ ତିନିଜଣ ମଧ୍ୟ ବଜ୍ରାଘାତରେ ଆହତ ହୋଇଛନ୍ତି। କୁସୁମୁଣ୍ଡିଆ ଗ୍ରାମରେ ମୋଟ ୬ ଜଣ ଆହତ ହୋଇଥିବାବେଳେ ବାଘବଷା ଗ୍ରାମରେ ୫ ଜଣ ଆହତ ହୋଇଛନ୍ତି। ମୋଟ ୧୧ ଜଣ ଆହତ ହୋଇଥିବାବେଳେ ସେଥିରୁ ୧୨ ବର୍ଷିୟା ସୁଭଦ୍ରା ଗୁରୁତର ହୋଇଛନ୍ତି। ସମସ୍ତ ୧୧ ଜଣଙ୍କ ମଧ୍ୟରୁ ୬ ଜଣ ୭ ବର୍ଷରୁ ୧୪ ବର୍ଷର ଶିଶୁ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories