www.samajalive.in
Monday, December 15, 2025
15.1 C
Bhubaneswar

ବିଦେଶ ମାଟିରୁ ରାଜ୍ୟ କ୍ୟାବିନେଟ୍‌ ବୈଠକ; ୭ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍‌ ବୈଠକ। ପ୍ରଥମ ଥର ପାଇଁ ବିଦେଶ ମାଟିରୁ ଆଭାସୀ ମାଧ୍ୟମରେ କ୍ୟାବିନେଟ୍‌ ବୈଠକରେ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାପାନ ଗସ୍ତରେ ଥିବା ନବୀନ ରବିବାର ଭର୍ଚୁଆଲ୍‌ ଜରିଆରେ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ୭ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।

ଏଫପିଓ ପାଇଁ ସହାୟତା ପାଣ୍ଠି ଆରମ୍ଭ ହେବ। ଏଥିସହ ଓଡ଼ିଶା ପରିବାର ପାଇଁ ନୂଆ ନିର୍ଦ୍ଦେଶାଳୟ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଏହି ନିର୍ଦ୍ଦେଶାଳୟ ଖୋଲିବ। ସେହିପରି ୧୦ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଟକ ଜିଲାର ବିଭିନ୍ନ ସ୍ଥାନରେ ହେବ ପ୍ରକଳ୍ପ। ଏହା ବ୍ୟତୀତ ଷୋଡ଼ଶ ଓଡ଼ିଶା ବିଧାନସଭାର ଦ୍ବାଦଶ ଅଧିବେଶନର ସତ୍ରାବସାନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି।

- Advertisement -

ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିବାରେ ଓଡ଼ିଶା ଆଗୁଆ। ଏହାକୁ ୫ଟି ଅଧିକ କ୍ରିୟାଶୀଳ କରିବା ସହ ଲୋକଙ୍କୁ ସେବା ଯୋଗାଇବା ସହଜ କରିଛି। ଉତ୍ତମ ଶାସନ ତଥା ସାଧାରଣଜନତାଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଟେକ୍ନୋଲୋଜିର ବଡ଼ ଭୂମିକା ରହିଛି। ଟେକ୍ନୋଲୋଜି ମଧ୍ୟ ଶାରୀରିକ ଉପସ୍ଥିତିର ଆବଶ୍ୟକତାକୁ ଦୂର କରିଛି।’’ ସେ ଆହୁରି କହିଛନ୍ତି,‘‘ଓଏସଡବ୍ଲ୍ୟୁଏଏନ୍ ଦ୍ବାରା ରାଜ୍ୟ ପ୍ରଯୁକ୍ତିବିଦ୍ୟା ସଶକ୍ତ ହୋଇଛି। ଯାହା ଡାଟା, ଭିଡିଓ ଏବଂ ଭଏସ୍ ଟ୍ରାଫିକ୍ ବହନ କରିବାରେ ସାହାଯ୍ୟ କରିଥାଏ। ଆନ୍ତଃବିଭାଗୀୟ ଯୋଗାଯୋଗ ଏବଂ ତଥ୍ୟ ବଣ୍ଟନକୁ ମଧ୍ୟ ସହଜ କରିଥାଏ।’’

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories