www.samajalive.in
Sunday, December 14, 2025
23.1 C
Bhubaneswar

୨ ଶିକାରୀ ଗିରଫ, ଫାସ ଓ ଦୁଇ କୁକୁଡ଼ା ଜବତ

ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ମିଟୁଆଣୀ ସଂରକ୍ଷିତ ଜଙ୍ଗଲରେ ଶିକାର ପାଇଁ ଯୋଜନା କରୁଥିବା ୨ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଘଟଣାରୁ ପ୍ରକାଶ ଯେ, କେଶଡିହା ସେକ୍ସନର ମିଟୁଆଣୀ ଜଙ୍ଗଲରେ କୁକୁଡ଼ା ଓ ଫାସ ନେଇ ୨ ଶିକାରୀ ଫାସ ବସାଇ ଜଙ୍ଗଲୀ କୁକୁଡ଼ା ଆଦି ଶିକାର ପାଇଁ ଯୋଜନା କରିଥିଲେ। କୁକୁଡ଼ା ଓ ଫାସ ସହ ଉଭୟ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।

ଶିକାରୀମାନେ ଶିକାର କରିବା ଉଦ୍ଦେଶ୍ୟରେ ଦୁଇଟି ଫାସ ସହିତ ଧନୁତୀର ଧରି ଅଭୟାରଣ୍ୟରେ ପ୍ରବେଶ କରିଥିବା ବେଳେ ପାଟ୍ରୋଲିଂ ପାର୍ଟି ହାବୁଡ଼ରେ ପଡ଼ିଥିଲେ। କିଛି ଦିନ ପୂର୍ବରୁ ମଧ୍ୟ ଏହି ବ୍ଲକ ସାତକୋଶିଆ ଅଞ୍ଚଳରୁ ୭ଜଣ ଶିକାରୀ ଗୋଟିଏ କୁଟୁରାକୁ ମାରି ଗାଁକୁ ଆସୁଥିବା ବେଳେ ବନବିଭାଗ ମାଡି ବସିଥିଲା। ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ଅଖଣ୍ଡ ଶିକାର କରିବା ପାଇଁ ଶିକାରୀମାନେ ଜଙ୍ଗଲକୁ ପ୍ରବେଶ କରୁଥିବାରୁ ଏହାକୁ ରୋକିବା ପାଇଁ ବନବିଭାଗ ନାକେଦମ ହେଲାଣି। ବିଭିନ୍ନ ସମୟରେ ବନବିଭାଗ ଅଖଣ୍ଡ ଶିକାର ନ କରିବା ପାଇଁ ଗାଁ ଗାଁରେ ସଚେତନ କରିଥିଲେ ମଧ୍ୟ ଶିକାର ରୋକିବାରେ ବିଫଳ ହୋଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories