ଗାଁରେ ବ୍ୟାପୁଛି ମିଳିମିଳା ହାଡଫୁଟି: ପହଞ୍ଚିଲେ ସ୍ବତନ୍ତ୍ର ଡାକ୍ତରୀ ଦଳ, ଚିକିତ୍ସା ଜାରି
ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଳକ ପାହାଡିଆ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଯୁବ ଗ୍ରାମପଞ୍ଚାୟତର ଡୁଣ୍ଡ୍ରୁମ ଗ୍ରାମରେ ହାଡଫୁଟି ଓ ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଗ୍ରାମରେ ୧୩୦ଟି କୁଇ କନ୍ଧ ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି। ଗାଁର ୩ ନମ୍ବର ୱାର୍ଡରେ ଥିବା ଦୁଇଟି ସାହିରେ ୫୦ରୁ ଅଧିକ ପିଲା ବୟସ୍କ ହାଡଫୁଟି, ମିଳିମିଳା ଓ ଜ୍ବରରେ ଆକ୍ରାନ୍ତ ଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଖବର ପାଇ ଆଜି ପାହାଡ଼ ଶିଖରରେ ରହୁଥିବା ଡୁଣ୍ଡ୍ରୁମ ଗ୍ରାମରେ ମୋହନା ଭ୍ରାମ୍ୟମାଣ ସ୍ବତନ୍ତ୍ର ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି। ଅପରପକ୍ଷରେ ଗ୍ରାମବାସୀ ପାରମ୍ପରିକ ଚିକିତ୍ସା ଉପରେ ଗୁରୁତ୍ବ ଦେଉଥିବା ସୂଚନା ମିଳିଛି। ସଚେତନତାର ଅଭାବରୁ ଲୋକେ ଏଭଳି ପନ୍ଥା ଅବଲମ୍ବନ କରିଥିବା ଜଣାଯାଇଛି।
Comments are closed.