ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ

ସମ୍ବଲପୁର: ସମ୍ବଲପୁରର ଦଶମତୀପଡା ନିକଟରେ ମାଡ ମାରି ଟଙ୍କା, ମୋବାଇଲ ଓ ଏକ ବ୍ଲୁଟୁଥ ସ୍ପିକର ଲୁଟ କରାଯାଇଛି। ଦାନିପାଲି ନିବାସୀ ପିଣ୍ଟୁ କଲେତ ଓ ତାଙ୍କର ଦୁଇ ଜଣ ସାଙ୍ଗ ଏକ ଗାଡିରେ ଯାଉଥିବା ବେଳେ ଦଶମତୀପଡା ଅଞ୍ଚଳରେ ଜଣେ ଯୁବକ ଅଚାନକ ସେମାନଙ୍କୁ ଅଟକାଇ ଥିଲା। ଯୁବକ ଜଣକ ସେମାନଙ୍କୁ ଏକ ଧାରୁଆ ଅସ୍ତ୍ର ଦେଖାଇ ମାଡ ମାରି ୨ଟି ମୋବାଇଲ, ଏକ ବ୍ଲ୍ୟୁଟୁଥ ସ୍ପିକର ଓ ନଗଦ ୨ ହଜାର ଟଙ୍କା ଛଡାଇ ନେଇଯାଇଥିଲା। ଏଣୁ ପିଡିତ କ୍ଷେତରାଜପୁର ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ପୁଲିସ କରୁଛି।

kalyan agarbati

Comments are closed.