ପିଏମ୍ ଗତିଶକ୍ତି ମାଷ୍ଟର ପ୍ଲାନ : ଜୁନାଗଡ-ନବରଙ୍ଗପୁର ୧୧୬ କିମି ବ୍ରଡ-ଗେଜ ଲାଇନ୍
ଡେସ୍କ : ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ଥିବା ନେଟୱାର୍କ ଯୋଜନା ଗୋଷ୍ଠୀ (NPG) ଏହାର ୪୬ ତମ ଅଧିବେଶନରେ ୪ଟି ଭିତ୍ତିଭୂମି ପ୍ରକଳ୍ପକୁ ଅନୁଧ୍ୟାନ କରିବା ସହ ମଞ୍ଜୁରୀ ପ୍ରଦାନ କରିଛି।
ଏନପିଜି ଓଡିଶାର କଳାହାଣ୍ଡି ଜିଲ୍ଲା ଜୁନାଗଡରୁ ନବରଙ୍ଗପୁର ପର୍ଯ୍ୟନ୍ତ ୧୧୬ କିଲୋମିଟର ବ୍ରଡ-ଗେଜ ଲାଇନ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛି। ଏହାଦ୍ବାରା ବାଇଲାଡେଲା ଲୁହାପଥର ଖଣିରୁ ଛତିଗଡର ରାୟପୁର ଅଞ୍ଚଳରେ ଥିବା ବିଭିନ୍ନ ଇସ୍ପାତ କାରଖାନର ଦୂରତା ୧୩୧ କିମି. ହ୍ରାସ ପାଇବ।
ଏହି ପ୍ରକଳ୍ପ ଦ୍ବାରା ଇସ୍ପାତ କାରଖାନାକୁ ସାମଗ୍ରୀ ଯୋଗାଣ ସହଜ ହେବ ଓ ଜୁନାଗଡ ରୋଡ, ଜୟପୁର, କୋରାପୁଟରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପଏଣ୍ଟ ସେଡ୍ ଉପଲବ୍ଧ ହୋଇ ପାରିବ।
ସେହିପରି ଏହି ନୂତନ ଲାଇନ ନିର୍ମାଣ ହେଲେ ବିଶାଖାପାଟନମ୍, ଗଙ୍ଗାଭରମ୍ ଏବଂ କାକିନାଡା ବନ୍ଦରରୁ ରାୟପୁର ଅଞ୍ଚଳର ବିଭିନ୍ନ ଇସ୍ପାତ କାରଖାନାକୁ କୋଇଲା ପରିବହନ ପାଇଁ ଏକ ବିକଳ୍ପ ମାର୍ଗ ପ୍ରଦାନ କରିବ। ଜୁନାଗଡ ରୋଡ, ଜୟପୁର, କୋରାପୁଟରେ ସଡକ-ରେଳ ଇଣ୍ଟର ମୋଡାଲ ଲଜିଷ୍ଟିକ୍ସର ସୁବିଧା ଓ ସାମଗ୍ରୀ ପରିବହନ ବୃଦ୍ଧି କରିବ।
Comments are closed.