www.samajalive.in
Friday, December 5, 2025
20.1 C
Bhubaneswar

ପରଜଙ୍ଗ: କଳାକୃତି ସହ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟମୟ ସ୍ଥଳୀ

ଶୀତଦିନ ଆରମ୍ଭ ହେଲେ ଭ୍ରମଣର ପ୍ରକୃତ ମଜା ଅନୁଭବ କରିହୁଏ। ଓଡ଼ିଶାରେ ପର୍ଯ୍ୟଟନ ପାଇଁ ବିଭିନ୍ନ ସ୍ଥାନ ରହିଛି। ଯେଉଁଠାକୁ ବୁଲିବାକୁ ଗଲେ ଭ୍ରମଣର ଏକ ନିଆରା ଅନୁଭବ ହୋଇଥାଏ। ଓଡ଼ିଶାର ଢେଙ୍କାନାଳ ଜିଲାର ପରଜଙ୍ଗ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ବହୁ ପର୍ଯ୍ୟଟନସ୍ଥଳ ସହ ପ୍ରାଚୀନ କଳାକୃତି ରହିଛି। ସରାଙ୍ଗସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ୫୫ ଫୁଟର ଅନନ୍ତ ଶୟନ ମୂର୍ତ୍ତି ଏହି ସ୍ଥାନର ସ୍ୱତନ୍ତ୍ରତାକୁ ବଢାଇଥାଏ। ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରି ଥିବା ବେଳେ ପାଦ ତଳେ ମା’ଲକ୍ଷ୍ମୀ ବିରାଜମାନ କରିଛନ୍ତି। ମସ୍ତିଷ୍କରେ ଅନନ୍ତ ନାଗ ରହିଛି। ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଛି। ଶୟନ ଅବସ୍ଥାରେ ଥିବା ଭଗବାନଙ୍କ ଏହି ବିରାଟ ପ୍ରତିମୂର୍ତ୍ତିକୁ ପରିଦର୍ଶନ କରିବା ପାଇଁ ଏଠାରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବିଶେଷ କରି ପର୍ଯ୍ୟଟନ ଋତୁରେ ବହୁ ଲୋକେ ଏଠାକୁ ଆସି  ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯାଆନ୍ତି। ଏଠାରୁ ଅଳ୍ପ ଦୂରରେ ଐଶାନ୍ୟେଶ୍ବର ଓ ଗ୍ରାମଦେବୀ ମା’ଅନ୍ଧାରୀ ବାଉତୀ ପୂଜା ପାଉଛନ୍ତି। ନଦୀ କୂଳରେ ବୁଦୁବୁଦିଆ ଜଙ୍ଗଲ ମଧ୍ୟ ରହିଛି। ତେଣୁ ପ୍ରକୃତିର ଅପରୂପ ସୁନ୍ଦର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥାଏ।  ଏଠାରେ ଲୋକେ ବଣଭୋଜିର ମଧ୍ୟ କରିଥାଆନ୍ତି। ପିଲା ଠାରୁ ବୟସ୍କମାନେ ସମସ୍ତେ ଏଠାକୁ ଆସି ଖୁବ୍ ଆନନ୍ଦିତ ହୁଅନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories