www.samajalive.in
Saturday, December 6, 2025
14.1 C
Bhubaneswar

ଭାରତରେ ଇଣ୍ଟରନେଟ୍‍ ବ୍ୟାଘାତ ବିଶ୍ୱରେ ସର୍ବାଧିକ

ହାଇଦ୍ରାବାଦ୍‍: ଭାରତରେ ଇଣ୍ଟରନେଟ୍‍ ସଟ୍‍ଡାଉନ୍‍ ପରିମାଣ ବିଶ୍ୱରେ ସର୍ବାଧିକ ବୋଲି ଦିଲ୍ଲୀ ସ୍ଥିତ ଏକ ସଫ୍ଟୱେର କମ୍ପାନୀ କହିଛି। ୨୦୧୮ରେ କେନ୍ଦ୍ର ସରକାର ୧୨୧ ଥର ଇଣ୍ଟରନେଟ୍‍ ସେବା ବନ୍ଦ କରିଥିବା ଫ୍ରିଡମ୍‍ ଲ ସେଣ୍ଟର ସୂଚନା ଦେଇଛି। ଏକ ସର୍ବେକ୍ଷଣର ତଥ୍ୟାନୁଯାୟୀ,୨୦୧୨ ରୁ ୨୦୧୭ ମଧ୍ୟରେ ୧୬,୩୧୫ ଘଣ୍ଟାର ଇଣ୍ଟରନେଟ୍‍ ବ୍ୟାଘାତ ଘଟିଛି। ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ୧୨,୬୧୫ ଘଣ୍ଟା ବନ୍ଦ ଯୋଗୁଁ ଭାରତୀୟ ଅର୍ଥନୀତିର ୧୬,୫୯୦ କୋଟି ଟଙ୍କା କ୍ଷତି ଘଟିଛି। ସେହିପରି ଲ୍ୟାଣ୍ଡଲାଇନ୍‍ ଇଣ୍ଟରନେଟ୍‍ ସେବା ୩,୭୦୦ ଘଣ୍ଟା ବନ୍ଦ ହୋଇଛି ଏବଂ ସେଥିଯୋଗୁଁ ୪୭୪୬ କୋଟି ଟଙ୍କା କ୍ଷତି ହୋଇଛି।
ଫ୍ରିଡମ୍‍ ଲ ସେଣ୍ଟରପକ୍ଷରୁ ପ୍ରକାଶିତ ‘ଫ୍ରିଡମ୍‍ ଅନ୍‍ ଦ ନେଟ୍‍ ୨୦୧୮’ ତାଲିକାରେ ଭାରତ ଗତ ବର୍ଷ ତୁଳନାରେ ଦୁଇଟି ପାହାଚ ଚଢ଼ି ୪୩ରେ ପହଞ୍ଚିଛି। ଏହି ପଏଣ୍ଟ ବା ସ୍କୋର ବା ନମ୍ବର ଯେତେ ଅଧିକ ହେବ ସେହି ଦେଶରେ ଇଣ୍ଟରନେଟ୍‍ ବ୍ୟବହାର ସ୍ୱାଧୀନତା ସେତେ କମ୍‍ ବୋଲି ଧରାଯିବ। ଅର୍ଥାତ୍‍ ଯେଉଁ ଦେଶର ସ୍କୋର ଶୂନ ସେହି ଦେଶରେ ଇଣ୍ଟରନେଟ୍‍ ବ୍ୟବହାରରେ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଉଛି। ଯେଉଁ ଦେଶରେ ସ୍କୋର୧୦୦ ସେହି ଦେଶରେ ଇଣ୍ଟରନେଟ୍‍ ବ୍ୟବହାର ସ୍ୱାଧୀନତା ଆଦୌ ନାହିଁ।
ଭାରତରେ ସାମ୍ପ୍ରଦାୟିକ ଉତ୍ତେଜନା, ହିଂସା, ଅପରାଧ, ପରୀକ୍ଷାରେ ଅନିୟମିତତା ଆଦି ରୋକିବାକୁ ସରକାର ବିଭିନ୍ନ ସମୟରେ ଇଣ୍ଟରନେଟ୍‍ ସେବା ବନ୍ଦ କରୁଥିବା ଜଣାପଡ଼ିଛି। ଇଣ୍ଟରନେଟ୍‍ ସେବାର ଦୁରୁପଯୋଗ କାରଣରୁ ଓ ସୁରକ୍ଷା ଦୃଷ୍ଟିରୁ ଭାରତରେ ପ୍ରତି ମାସରେ ୭ ହଜାରରୁ ୮ ହଜାର ଫୋନ୍‍ ଟାପିଙ୍ଗ ପାଇଁ ନିର୍ଦେଶ ଦିଆଯାଉଛି। ଇଣ୍ଟରନେଟ୍‍ ସ୍ୱାଧୀନତା ନାଗରିକଙ୍କ ମୌଳିକ ଅଧିକାର ଅନ୍ତର୍ଗତ ବୋଲି ୨୦୧୭ ଅଗଷ୍ଟରେ ରାୟ ଦେଇଥିଲେ ହେଁ ଏହାର ଅବମାନନା ହେଉଥିବା ଅଭିଯୋଗ ଆସୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories