ମାଲକାନଗିରି : ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ଗୁରୁବାରଠାରୁ ବସ ସେବା ଆରମ୍ଭ ହୋଇଛି । ଆଜି ସାଂସଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବାଲିମେଳା ଛକ ଠାରେ ମାଲକାନଗିରିରୁ ପଣସପୁଟ ବସ ସେବାର ଉଦଘାଟନ କରିବା ପରେ ବସଟି ପଣସପୁଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖ ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଠାରେ ପହଞ୍ଚିଥିଲେ। ସେଠାରେ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ୱାଭିମାନ ଅଂଚଳବାସୀ ଆଉ ଏକ ସରକାରୀ ବସ୍ ମାଲକାନଗିରି ଠାରୁ ପଣସପୁଟ ଯାଏଁ ଚଳାଚଳ ନିମନ୍ତେ ଦାବି କରିଥିଲେ। ଦଶ ଦିନ ଭିତରେ ନିଶ୍ଚିତ ଆଉ ଏକ ବସ୍ ଆପଣଙ୍କ ଅଞ୍ଚଳକୁ ଚାଲିବ ବୋଲି ୫-ଟି ସଚିବ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ବସ୍ ପ୍ରତିଦିନ ସକାଳ ୬ଟାରେ ମାଲକାନଗିରିରୁ ବାହାରି ଦିନ ୧୦ଟାରେ ପଣସପୁଟରେ ପହଞ୍ଚିବ ଏବଂ ସେଠାରୁ ଦିନ ୨ଟା ସମୟରେ ବାହାରି ସନ୍ଧ୍ୟା ୭ଟାରେ ମାଲକାନଗିରିରେ ପହଞ୍ଚିବ। ଏହି ବସ୍ ସେବା ଆରମ୍ଭ ହୋଇଥିବାରୁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି।
ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ବସ୍ ସେବା ଆରମ୍ଭ
Popular Categories



