www.samajalive.in
Monday, December 15, 2025
16.1 C
Bhubaneswar

ତହସିଲଦାରଙ୍କୁ ଆକ୍ରମଣ ମାମଲାରେ ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ତହସିଲଦାର ଲକ୍ଷ୍ମଣ ଅମାତ ଙ୍କୁ ଗାଳିଗୁଲଜ ଓ ଜୀବନରେ ମାରିଦେବାକୁ ଧମକ ସହିତ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଗତ ବର୍ଷ ଫେବୃଆରୀ ୧୩ ତାରିଖରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ତାଙ୍କର ୧୦ ଜଣ ସହଯୋଗୀଙ୍କ ବିରୋଧରେ କ୍ଷେତରାଜପୁର ଥାନାରେ ମାମଲା ସଂଖ୍ୟା ୪୨/୨୦୨୩ ଅନୁଯାୟୀ ରୁଜୁ ହୋଇଥିଲା। ଏହି ଘଟଣାରେ ଦୀର୍ଘ ୧ ବର୍ଷ ପ୍ରାୟ ୨ ମାସ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଙ୍ଗଳବାର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମର୍ଥକ ତଥା ସମ୍ବଲପୁର ଲୋକସଭା ସାଂସଦ ଙ୍କ ପ୍ରତିନିଧି ବରିଷ୍ଠ ବିଜେପି ନେତା ମୋହନ ଦାଶ ଙ୍କୁ ସମ୍ବଲପୁର ପୁଲିସ ଗିରଫ କରିଛି। ମଙ୍ଗଳବାର ସକାଳ ସମୟରେ ଅଇଁଠାପାଲି ଥାନା ଅର୍ନ୍ତଗତ ଦେହେରିପାଲି ସ୍ଥିତ ତାଙ୍କର ବାସଭବନରୁ ସଦର ଏସଡିପିଓ ପ୍ରଦୀପ ସାହୁ, ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡା ଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ତାଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ତୁରନ୍ତ ପୁଲିସ ମୋହନ ଦାଶ ଙ୍କୁ ଅଦାଲତକୁ ଚାଲାଣ କରିଛି। ଅଦାଲତରେ ତାଙ୍କର ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ସମ୍ବଲପୁର ତହସିଲଦାର ଲକ୍ଷ୍ମଣ ଅମାତ ଦୁର୍ଗାପାଲିର କୁସୁମପଡ଼ା ଅଞ୍ଚଳରେ ସରକାରୀ ଜମିକୁ ଜବରଦଖଲ କରାଯାଇ ନିର୍ମିତ ୨ଟି ଘରକୁ ଉଚ୍ଛେଦ ପାଇଁ ୧୨ ଫେବୃଆରୀ ୨୦୨୨ ମସିହାରେ ଅନ୍ୟ ସରକାରୀ ଅଧିକାରୀ, କର୍ମଚାରୀ ଓ କ୍ଷେତରାଜପୁର ଥାନାଧିକାରିଣୀ ଙ୍କ ସହିତ ଯାଇଥିଲେ। ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ତାଙ୍କର ୧୦ ଜଣ ସମର୍ଥକ ସେହି ସ୍ଥାନରେ ପହୁଞ୍ôଚôଥିଲେ ଏବଂ ଉଚ୍ଛେଦକୁ ବିରୋଧ କରିଥିଲେ। ସେହି ସମୟରେ ବିଧାୟକ ଜଣେ ପୁଲିସ କର୍ମଚାରୀଙ୍କ ଲାଠି ଟାଣି ଆଣି ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କର ସମର୍ଥକ ମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବାର ଅଭିଯୋଗ ଥାନାରେ ହୋଇଛି। ଅପରପକ୍ଷରେ ପୁଲିସ ବିଭାଗର ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ, ବିଭାଗ ପକ୍ଷରୁ ଆହୁରୀ ପ୍ରାୟ ୧୦ ଜଣଙ୍କୁ ଗିରଫ କରିବାର ଯୋଜନା ରହିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories