www.samajalive.in
Sunday, December 14, 2025
14.1 C
Bhubaneswar

୬ରେ ମୀନକେତନ ଦେବରୀ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା

ସମ୍ବଲପୁର: ସମ୍ବଲପୁର ଠାରେ ଆସନ୍ତା ୬ ତାରିଖ ଗୁରୁବାର ଦିନ ମୀନକେତନ ଦେହେରୀ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା ଆୟୋଜିତ ହେବ। ଏଥି ପାଇଁ ମଙ୍ଗଳବାର ସନ୍ଧ୍ୟା ସମୟରେ ସ୍ଥାନୀୟ ରିଂ ରୋଡ ସ୍ଥିତ ପର୍ଶୁରାମ ଭବନ ଠାରେ ଆୟୋଜକ ବୀର ବଜରଙ୍ଗ ସଂଘ, ହାଟପଡ଼ା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଚୈତ୍ର ପୁର୍ଣ୍ଣିମା ତିଥିରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୭୦ ଜଣ ପ୍ରତିଯୋଗି ଭାଗ ନେବେ। ସୋନପୁର, ବିନକା, ବୌଦ୍ଧ, କେଉଁଟପାଲି, ଚଉଇପଙ୍କ, ତୁରୁମ, ସିଣ୍ଡୋଲ, ଧମା, ଦେଗାଁ, ହରଭଙ୍ଗା, ଚାଉଁରପୁର, ବୀରମହାରାଜପୁର, ପୋତାପାଲି, ମୁଣ୍ଡୋଘାଟ, ହାଟପଡ଼ା, ଦଲେଇପଡ଼ା, କୁଞ୍ଜେଲପଡ଼ା, ବଡବଜାର, ଫିସରୀ ବିଭାଗ ର ଦଳ ମାନେ ପ୍ରତିଯୋଗିତାରେ ଭାଗ ନେବେ। ପ୍ରତିଯୋଗିତା ଅପରାହ୍ନ ୩ଟା ୩୦ରେ ସମ୍ବଲପୁର ସ୍ଥିତ ବଡବଜାର ସ୍ଥିତ ସଡକ ଘାଟରୁ ଆରମ୍ଭ ହେବ ଏବଂ ଏହା ହାଟପଡ଼ା ସ୍ଥିତ ଅଯୋଧ୍ୟା ସରୋବର ଠାରେ ସମ୍ପନ୍ନ ହେବ।

ଏ ସର୍ମ୍ପକରେ ସଭାପତି ଦିଲିପ ସାହୁ କହିଛନ୍ତି ଯେ, ମହାନଦୀକୁ ସ୍ୱଚ୍ଛ ରଖିବାର ସଚେତନତା ବାର୍ତ୍ତା ଏବଂ ନୌକାର ଲୋକପ୍ରିୟତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ପ୍ରତିଯୋଗିତା ଆୟୋଜିତ କରାଯାଉଛି। ପୂର୍ବରୁ ସ୍ଥାନୀୟ ସ୍ତରରେ ନୌକା ପ୍ରତିଯୋଗିତା ଗୁଡିକର ଆୟୋଜନ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏଥି ପାଇଁ ଜିଲା କ୍ରିଡା ବିଭାଗ ସହିତ ସଂଘର ସଚିବ ଦୀପକ ବରାଡ ଓ ସହ କୋଷାଧ୍ୟକ୍ଷ ବିଶ୍ୱଜିତ ଦେହୁରୀ ମଙ୍ଗଳବାର ଆଲୋଚନା କରିଛନ୍ତି। ନୌକା ପ୍ରତିଯୋଗିତା ସମୟରେ ପ୍ରତିଯୋଗି ମାନଙ୍କୁ ଲାଇଫ ଜ୍ୟାକେଟର ବ୍ୟବସ୍ଥା, ନଦୀ ମଧ୍ୟରେ ନୌକା ଚାଳନା ସମୟରେ ସୁରକ୍ଷାର ବ୍ୟବସ୍ଥା ଆଦି କରାଯାଇଛି ବୋଲି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ନଗଦ ଟଙ୍କା, ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୁରେଶ ଡାଲମିଆଁ, ସମ୍ପାଦକ ଦୀପକ ବରାଡ, ଯୁଗ୍ମ ସମ୍ପାଦକ ସୁଶାନ୍ତ ସେଟ, କୋଷାଧ୍ୟକ୍ଷ ବାପୁନ ନାଥ, ସହ କୋଷାଧ୍ୟକ୍ଷ ବିଶ୍ୱଜିତ ଦେହୁରୀ, ପ୍ରଶାନ୍ତ ସେଟ, କ୍ରିଡା ସଚିବ କାଲିଆ ସ୍ୱାଇଁ, କାର୍ଯ୍ୟକାରୀ ସଦସ୍ୟ ସୁଜିତ ମହାପାତ୍ର, ଗଣେଶ ସେଟ, ବିପିନ ସେଟ, ବିରେନ୍ଦ୍ର ପରିଡ଼ା, ଦାଶରଥୀ ସ୍ୱାଇଁ, ଗୋବିନ୍ଦ ସାହା, ସୁନୀଲ ବାଗ, ଅନୀଲ ବାରିକ, ରବିନାରାୟଣ ସେଟ, ଦୁର୍ଗା ପରିଡ଼ା, ରାମ ଚନ୍ଦ୍ର ସେଟ, ଅଜ୍ଜୁ ସେନାପତି, ସୁରଜ ସାହା ଓ ନିଖିଲ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories